ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦

ଭୁବନେଶ୍ୱର : ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦। ବିରୋଧୀଙ୍କ ହୋହଲ୍ଲା ଭିତରେ ଏହି ବିଲ୍ ପାରିତ ହୋଇଛି। ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷକୁ ବୃଦ୍ଧି କରାଯାଇଛି । ସମାନ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ଭିସିଙ୍କ ବଦଳି ହେବନି । କିନ୍ତୁ ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିଲେ। ଆଜିର ଆଲୋଚନାରେ ବିଜେପି ଭାଗ ନେଇ ନଥିଲା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ। ଆଜିର ଦିନ ଏକ କଳା ଦିନ, ଏହି ଆଇନ ଏକ କଳା ଆଇନ ହେବ। ନୂଆ ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ ବୋଲି ନରସିଂହ କହିଥିଲେ।

LEAVE A REPLY

Please enter your comment!
Please enter your name here