34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶୟୁନାଇଟେଡ୍ ନେସନ୍ ଟ୍ରେଡ୍ ଆଣ୍ଡ୍ ଡେଭେଲପମେଣ୍ଟ୍ ରିପୋର୍ଟ : ଆଗାମୀ ବର୍ଷରେ କମିପାରେ ବିକାଶ ହାର

ୟୁନାଇଟେଡ୍ ନେସନ୍ ଟ୍ରେଡ୍ ଆଣ୍ଡ୍ ଡେଭେଲପମେଣ୍ଟ୍ ରିପୋର୍ଟ : ଆଗାମୀ ବର୍ଷରେ କମିପାରେ ବିକାଶ ହାର

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୨% ରହିବ । ଅର୍ଥାତ୍ ଭାରତୀୟ ଅର୍ଥନୀତି ବାର୍ଷିକ ୭.୨% ହାରରେ ଅଭିବୃଦ୍ଧି ହାସଲ କରିବ । ଅପରପକ୍ଷରେ ଆଗାମୀ ଆର୍ଥିକ ବର୍ଷମାନଙ୍କରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇପାରେ । କରୋନା ମହାମାରୀ ଯୋଗୁଁ ଜନଜୀବନର ପ୍ରଭୂତ କ୍ଷତିଘଟିଛି; ଯାହା ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।

ଏହାବ୍ୟତୀତ ତେଲ ଦର ବୃଦ୍ଧିଯୋଗୁଁ ସାମଗ୍ରୀର ଦରଦାମ୍ ବୃଦ୍ଧି ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଲି ସଂଯୁକ୍ତରାଷ୍ଟ୍ର ରିପୋର୍ଟରେ ପ୍ରକାଶପାଇଛି । ସଂଯୁକ୍ତରାଷ୍ଟ୍ର ଦ୍ୱାରା ଜାରି କରାଯାଇଥିବା ଟ୍ରେଡ୍ ଆଣ୍ଡ୍ ଡେଭେଲପମେଣ୍ଟ୍ ରିପୋର୍ଟ-୨୦୨୧ରେ ଦେଶର ଦରଦାମ୍ ବୃଦ୍ଧି ବିକାଶର ବାଧକ ବୋଲି କୁହାଯାଇଛି । ଅପରପକ୍ଷରେ ବୈଶ୍ୱିକ ଅର୍ଥବ୍ୟବସ୍ଥା ଏକ ମଜଭୁତ୍ ସୁଧାର ପାଇଁ ପ୍ରସ୍ତୁତ ରହିଛି ।

୨୦୨୦ରେ ବୈଶ୍ୱିକ ଉତ୍ପାଦନ ୩.୫% ହ୍ରାସ ପାଇବା ପରେ ଚଳିତବର୍ଷ ଏହି କ୍ଷେତ୍ରରେ ୫.୩% ବୃଦ୍ଧି ହେବ ବୋଲି ଆକଳନ କରିଛି ସଂଯୁକ୍ତରାଷ୍ଟ୍ର । ୨୦୨୨ ସୁଦ୍ଧା ଭାରତର ଆର୍ଥିକ ଅଭିବୃଦ୍ଧି ୬.୭% ରହିବ । ଅଭିବୃଦ୍ଧି ଧୀମା ରହିବା ସତ୍ତ୍ୱେ ଭାରତ ଆଗାମୀବର୍ଷ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଗଣିତ ହେବ ବୋଲି ରିପୋର୍ଟରେ ପ୍ରକାଶପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking