23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ

ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ

ଭୁବନେଶ୍ୱର: ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ରିଟେନ ଲାଇସେନ୍ସ ପ୍ରଦାନ କରିଛି । ପ୍ରଥମ ୟୁରୋପୀୟ ଦେଶ ଭାବରେ ବ୍ରିଟେନ ଅନୁମତି ପ୍ରଦାନ କରିଛି ।  ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ହେଉଥିବା ନେଇ କମ୍ପାନୀ ଦାବି କରିଛି । ଲୋକଙ୍କୁ ଟିକାକରଣ ପାଇଁ ୪୦ ନିୟୁତ ଡୋଜ୍ କିଣିଛି ବ୍ରିଟେନ । ସୂଚନାଯୋଗ୍ୟ ଦେଶରେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି  ।

ୟୁନାଇଟେଡ କିଙ୍ଗଡମ୍ ଫାଇଜର ଓ ବାୟୋଏନଟେକ କରୋନା ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଛି । ଆମେରିକା ଓ ୟୁରୋପୀୟ ସଂଘର ନିଷ୍ପତ୍ତି ପୂର୍ବରୁ ଫାଇଜର ଓ ବାୟୋଏନଟେକର କରୋନା ଟିକାକୁ ମଂଜୁରୀ ପ୍ରଦାନ କରିଥିବା ୟୁନାଇଟେଡ କିଙ୍ଗଡମ ପ୍ରଥମ ୟୁରୋପୀୟ ଦେଶ ବନିଯାଇଛି । ଆଗାମୀ ସପ୍ତାହରେ ଏହା ବ୍ରିଟେନରେ ଉପଲବ୍ଧ ହେବ । ଏଠାରେ କହିରଖୁଛି ଯେ, କିଛି ଦିନ ପୂର୍ବରୁ ଫାଇଜର କମ୍ପାନୀ ଘୋଷଣା କରିଥିଲା ଯେ, ଲ୍ୟ।।ବରେ କୋଭିଡ ୧୯ ପାଇଁ ସେମାନେ ଏପରି ଏକ ଭ୍ୟାକକ୍ସିନ ପ୍ରସ୍ତୁତ କରୁଛନ୍ତି, ଯାହା ଭାଇରସ ସାମ୍ନାରେ ୯୬ ପ୍ରତିଶତ ଫଳପ୍ରଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking