27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ

୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ବନ୍ଦ ରହିବ ୟୁନିଟ-୧ ହାଟ । ୟନିଟ-୧ ହାଟର ଉଭୟ ହୋଲସେଲ ଓ ରିଟେଲ ବିକ୍ରି ବନ୍ଦ ରହିବ ବୋଲି ସୂଚନା ମିଳିଛି । ୧୩ରେ ମଦର୍ସ ପବ୍ଲିକ ସ୍କୁଲରେ ନିଟ୍ ପରୀକ୍ଷା ଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି । ହାଟରେ ଭିଡ ଦୃଷ୍ଟିରୁ କରୋନା ସଂଂକ୍ରମଣ ଏଡାଇବାକୁ ପଦକ୍ଷେପ ନିଆଯାଇଛି ।
ତେବେ ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୭ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧୧୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୪୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking