ରାମ ଭିଲାସ ପାସୱାନଙ୍କ ଦେହାନ୍ତ

ram vilas paswan passed away

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନ ଆଉ ଏହି ଦୁନିଆରେ ନାହାଁନ୍ତି। ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ତାଙ୍କ ମୃତ୍ୟୁ ବିଷୟରେ ତାଙ୍କ ପୁଅ ତଥା ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ ପାସୱାନ ଟ୍ୱିଟ କରିଛନ୍ତି। ଗତ କିଛି ମାସ ହେବ ରାମ ଭିଲାସ ପାସୱାନ ଅସୁସ୍ଥ ହୋଇ ସାକେଟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ଥିଲେ । ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ବର୍ଷ ଧରି ରାମ ଭିଲାସ ପାସୱାନଙ୍କ ଅସୁସ୍ଥତା ହେତୁ ନିଜେ ଚିରାଗ ସମସ୍ତ ନିଷ୍ପତି ନେଉଥିଲେ। ନିକଟରେ ଚିରାଗ ଲୋକସଭାର ପାର୍ଟି ସଂସଦୀୟ ବୋର୍ଡର ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ ଦଳ ଏନଡିଏ ଯିବା ପରିବର୍ତ୍ତେ ବିହାରରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ।

LEAVE A REPLY

Please enter your comment!
Please enter your name here