27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଜେଟ୍ ପୂର୍ବରୁ ଜାଣିରଖନ୍ତୁ ଏହି ଶବ୍ଦ

ବଜେଟ୍ ପୂର୍ବରୁ ଜାଣିରଖନ୍ତୁ ଏହି ଶବ୍ଦ

ନୂଆଦିଲ୍ଲୀ :ଆଉ ମାତ୍ର ଦିନ କେଇଟା ରହିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିବେ । ଏଥର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ତଥା ନିବେଶ ସାଉଁଟିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଏଥର ଆସିବାରେ । ସରକାର କେତେକ ବଡ ତଥା ନୂଆ ଘୋଷଣା କରିପାରନ୍ତି । ତେବେ ବଜେଟ୍‌ରେ ଅନେକ ଶବ୍ଦର ଗୁରୁତ୍ୱ ରହିଆସିଛି । ବଜେଟ ଉପସ୍ଥାପନ ପୂର୍ବରୁ ଏହା ସହ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଉପରେ ନଜର…
ବଜେଟ: ଏକ ଆର୍ଥିକ ବର୍ଷରେ ସରକାରଙ୍କ ପ୍ରାୟ ଏବଂ ବ୍ୟୟର ବିସ୍ତୃତ ବିବରଣୀକୁ ବଜେଟ୍ କୁହାଯାଇଥାଏ । ଏକ ଆର୍ଥିକ ବର୍ଷରେ ହାସଲ ହୋଇଥିବା ଚଳନ୍ତି ରାଜସ୍ୱ ଚଳନ୍ତି ଖର୍ଚ୍ଚ ସହ ସମାନ ହୋଇଗଲେ ତାହାକୁ ସନ୍ତୁଳିତ ବଜେଟ୍ କୁହାଯାଏ । କେନ୍ଦ୍ର ସରକାରଙ୍କ  ରାଜସ୍ୱ ଆୟଠାରୁ ଖର୍ଚ୍ଚ ଅଧିକ ହେଲେ ତାହାକୁ ରାଜସ୍ୱ ନିଅଣ୍ଟ କୁହାଯାଇଥାଏ । ଯେତେବେଳେ ଏକ ଆର୍ଥିକବର୍ଷରେ ମୋଟ ବ୍ୟୟ ସରକାରଙ୍କ ମୋଟ ବାର୍ଷିକ ଆୟଠାରୁ ଅଧିକ ହୋଇଯାଏ ସେତେବେଳେ ଏହାକୁ  ବିତ୍ତୀୟ ନିଅଣ୍ଟ କୁହାଯାଇଥାଏ । ଏଥିରେ କରଜ ଅନ୍ତର୍ଭୁକ୍ତ ନ ଥାଏ ।
ଅର୍ଥବିଲ୍‌: ବଜେଟ୍ ଉପସ୍ଥାପନ ହେବାର ତୁରନ୍ତ ବାକି ଯେଉଁ ବିଲ୍‌କୁ ପାସ୍ କରାଯାଇଥାଏ ତାହାକୁ ବିଧେୟକ ବା ଅର୍ଥ ବିଲ୍ କୁହାଯାଏ ।
ବିତ୍ତୀୟ ସୁଦୃଢ଼ୀକରଣ:ସରକାରଙ୍କ କ୍ଷତି ତଥା କରଜକୁ ସଙ୍କୁଚିତ କରିବା ଏହାର ଉଦ୍ଦେଶ୍ୟ ।
ରାଜସ୍ୱ ନିଅଣ୍ଟ: ରାଜସ୍ୱ ଆୟ ଏବଂ ବ୍ୟୟ ମଧ୍ୟରେ ଅନ୍ତରକୁ ରାଜସ୍ୱ ନିଅଣ୍ଟ କହିଥାନ୍ତି । ସରକାରଙ୍କ ମୋଟ ଆୟ ଏବଂ ବ୍ୟୟ ମଧ୍ୟରେ ଏହା ହେଉଛି ପ୍ରଭେଦ ।
ବିତ୍ତୀୟ ନୀତି: ଆୟ ଏବଂ ବ୍ୟୟର ସ୍ତରକୁ ଯୋଡିବା ଲାଗି ସରକାର ବିତ୍ତୀୟ ନୀତି ନିର୍ଦ୍ଧାରଣ କରିଥାନ୍ତି । ବିତ୍ତୀୟ ନୀତିକୁ ବଜେଟ୍ ଜରିଆରେ ଲାଗୁ କରାଯାଇଥାଏ ।
ବାଲାନ୍ସ ଅଫ୍ ପେମେଣ୍ଟ: ବୈଦେଶିକ ମୁଦ୍ରା ବଜାରରେ କୌଣସି ଦେଶର ପ୍ରଚଳିତ ମୁଦ୍ରାର ଚାହିଦା ଏବଂ ଯୋଗାଣ ମଧ୍ୟରେ ପ୍ରଭେଦକୁ ବାଲାନ୍ସ ଅଫ୍ ପେମେଣ୍ଟ କୁହାଯାଇଥାଏ ।
ଆଗ୍ରିଗେଟ ଡିମାଣ୍ଡ: କୌଣସି ଅର୍ଥନୀତିରେ ଦ୍ରବ୍ୟ ଏବଂ ସେବାର ମୋଟ ଚାହିଦାକୁ ଆଗ୍ରିଗେଟ୍ ଡିମାଣ୍ଡ୍ କହିଥାନ୍ତି ।
ପ୍ରତ୍ୟକ୍ଷ କର: ବ୍ୟକ୍ତିବିଶେଷ ତଥା ସଂସ୍ଥାର ଆୟ ଉପରେ ଲାଗୁଥିବା ଟିକସକୁ ପ୍ରତ୍ୟକ୍ଷ କର କୁହାଯାଇଥାଏ । ଏହି ବର୍ଗରେ ଆୟ କର, କର୍ପୋରେଟ୍ ଟିକସ ଏବଂ ଇନ୍‌ହେରିଟାନ୍ସ ଟିକସ ଅନ୍ତର୍ଭୁକ୍ତ ।
ପରୋକ୍ଷ କର: ଉକ୍ତ କର ଯାହାକୁ ଉପଭୋକ୍ତା ସିଧାସଳଖ ଦାଖଲ କରନ୍ତି ନାହିଁ କିନ୍ତୁ ଆପଣଙ୍କଠାରୁ ଦ୍ରବ୍ୟ ଏବଂ ସେବା ପାଇଁ ଟିକସ ଅସୁଲ କରାଯାଇଥାଏ ଉକ୍ତ ଟିକସକୁ ପରୋକ୍ଷ କର କୁହାଯାଇଥାଏ ।
ମୋଟ ଘରୋଇ ଉତ୍ପାଦ(ଜିଡିପି):ଜିଡିପି ଅର୍ଥାତ ମୋଟ ଘରୋଇ ଉତ୍ପାଦ । କୌଣସି ଦେଶରେତ୍ତଉତ୍ପାଦିତ ସାମଗ୍ରୀ ଏବଂ ସେବାର ମୋଟ ବଜାର ମୂଲ୍ୟକୁ ଜିଡିପି କୁହାଯାଇଥାଏ । ନିର୍ଦ୍ଧାରିତ ସମୟ ପାଇଁ ଏହାକୁ ମପାଯାଇଥାଏ । ଏହା ସାଧାରଣତଃ ଏକ ଦେଶର ଜୀବନ ମାନକୁ ଦର୍ଶାଇଥାଏ ।
ମୁଦ୍ରାନୀତି: ମୁଦ୍ରାନୀତି ଏଭଳି ଏକ ପ୍ରକ୍ରିୟା, ଯାହା ସାହାଯ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଅର୍ଥବ୍ୟବସ୍ଥାରେ ମୁଦ୍ରା ଯୋଗାଣକୁ ନିୟନ୍ତ୍ରିତ କରିଥାଏ । ଏହା ସୁଧହାର ସ୍ଥିର କରିଥାଏ । ଏହାର ଅଭାବ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡିଥାଏ । ଦରବୃଦ୍ଧି ନିୟନ୍ତ୍ରଣ, ମୁଦ୍ରାମୂଲ୍ୟରେ ସ୍ଥିରତା ଏବଂ ନିଯୁକ୍ତି ସ୍ତର ବଜାୟ ରଖିବା ଉପରେ ଏହା ଗୁରୁତ୍ୱ ଦେଇଥାଏ ।
ଜାତୀୟ ଋଣ: କେନ୍ଦ୍ର ସରକାରଙ୍କ ରାଜକୋଷରେ ଅନ୍ତର୍ଭୁକ୍ତ ସମସ୍ତ ଋଣ ବା କରଜକୁ ଜାତୀୟ ଋଣ କୁହାଯାଇଥାଏ । ବଜେଟ୍ ନିଅଣ୍ଟକୁ ମେଣ୍ଟାଇବା ପାଇଁ ସରକାର ଏହି ଋଣ କରିଥାନ୍ତି ।
ସରକାରୀ କରଜ: ସାର୍ବଜନୀନ ସେବା ପାଇଁ ହେବାକୁ ଥିବା ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଡ କରିବା ନିମନ୍ତେ ସରକାର ଏହି କରଜ କରିଥାନ୍ତି ।
ପୁଞ୍ଜି ପ୍ରତ୍ୟାହାର: ରାଷ୍ଟ୍ରାୟକମ୍ପାନିରେ ସରକାରୀ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ପୁଞ୍ଜି ପ୍ରତ୍ୟାହାର କୁହାଯାଇଥାଏ ।
ମୁଦ୍ରାସ୍ଫୀତି: ନିର୍ଦ୍ଦିଷ୍ଟ ସମୟ ପାଇଁ କୌଣସି ଅର୍ଥନୀତିରେ ସାମଗ୍ରୀ ଏବଂ ସେବା ଦର ବଢ଼ିଗଲେ ତାହାକୁ ଦରବୃଦ୍ଧି କୁହାଯାଇଥାଏ । ମୁଦ୍ରାସ୍ଫୀତି ଜରିଆରେ ସାମଗ୍ରୀ ଏବଂ ସେବାର ଦରବୃଦ୍ଧିକୁ ମପାଯାଇଥାଏ । ଭାରତରେ ଏବେ ପାଇକାରୀ ମୂଲ୍ୟସୂଚୀ ଏବଂ ଖାଉଟି ମୂଲ୍ୟସୂଚୀ ଜରିଆରେ ଦରବୃଦ୍ଧି ମପାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking