19.1 C
Bhubaneswar
Tuesday, January 25, 2022
Homeଅପରାଧଦେଶରେ ବେକାରୀ ଆତ୍ମହତ୍ୟା ସଂଖ୍ୟା ସବୁଠାରୁ ଅଧିକ

ଦେଶରେ ବେକାରୀ ଆତ୍ମହତ୍ୟା ସଂଖ୍ୟା ସବୁଠାରୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁସଯାଇ ୨୦୧୮ରେ ଦେଶରେ୧୧ ହଜାର ୬୯୨ ଟି ଦୁର୍ଘଟଣା ଘଟିଥିଲା । ସେଥିରୁ ୫୬୬୬ ଜଣଙ୍କର ମୁତ୍ୟୁ ହୋଇଥିଲା । ଅଧିକ ବେଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ ନିୟମ ନ ମାନିବା ଦୃଷ୍ଟିରୁ ଅଧିକ ଜୀବନ ଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ଦେଶରେ ସଡ଼କ ଦୁର୍ଘଟଣାରେ ଦୈନିକ ୪୭୫ ଜଣ ଲୋକଙ୍କ ଜୀବନ ଯାଉଛି । ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଯଣାରେ ୧୫ ଜଣଙ୍କର ମୃତ୍ୟୁ ଘଟୁଥିବା ବେଳେ ତାଲିକାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ଅଛି ଏବଂ ଲକ୍ଷାଦ୍ୱୀପ ଦୁର୍ଘଟଣା ତାଲିକାରେ ସବୁଠାରୁ କମରେ ଥିବା ରିପୋର୍ଟରେ ଉଲ୍ଲେଖ ଅଛି ।
୨୦୧୮ ମସିହାରେ ସଡ଼କ ଦୁର୍ଘଟଣାରେ ଭାରତରେ ମୋଟ ୪୭୪୬୩୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାôଧକ ୨୬ ହଜାର ୩୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ସେହିପର ଲକ୍ଷାଦ୍ୱୀପ ଦୁର୍ଘଟଣା ଜନିତ ମୃତ୍ୟୁର ସବୁଠାକୁ କମ ଥିଲା । ସେହିପରି ଓଡ଼ିଶାର ଲୋକସଂଖ୍ୟା ହାରରେ ଦୁର୍ଘଟଣାରେ ମୃତ୍ୟୁହାର ୯ ପ୍ରତିଶତ ଅଛି ।
ତେବେ ସବୁଠାରୁ ବଡ଼କଥା ହେଲା ଦେଶରେ ଚାଷୀ ଆତ୍ମହତ୍ୟା ଅପେକ୍ଷା ବେକାରୀ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଉତ୍ତରାଖଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡିଗଡ଼, ଡାମନଡିଉ, ଦିଲ୍ଲୀ ଏବଂ ପୁଡୁଜେରୀରେ ବେକାରୀ ଆତ୍ମହତ୍ୟା ସଂଖ୍ୟା ଅଧିକ ଅଛି । ଦେଶରେ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଥିପାଇଁ ବେରୋଜଗାରୀ ବଢ଼ୁଛି। ଆଉ ଏହି ବେରୋଜଗାର କାରଣରୁ ପ୍ରତି ୨ ଘଣ୍ଟାରେ ଦେଶର ୩ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଏନସିଆରବି ଏହି ରିପୋର୍ଟ ପ୍ରକାଶ କରିଛି।
ଏନସିଆରବିର ତଥ୍ୟ ଅନୁଯାୟୀ ୨୦୧୮ରେ ମୋଟ୍ ୧୨ ହଜାର ୯୩୬ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ସେହିପରି ଚାଷରେ କ୍ଷତି ଓ ଋଣ ବୋଝ ସମ୍ଭାଳି ନପାରି ୧୦ ହଜାର ୩୪୯ ଜଣ ଆତ୍ମହତ୍ୟା କରିଛନ୍ତି।
୨୦୧୭ରେ ଦେଶର ୧୨ ହଜାର ୨୪୧ ଜଣ ଲୋକ ବେରୋଜଗାର ଜନିତ କାରଣ ପାଇଁ ଆତ୍ମହତ୍ୟା କରିଥିବା ବେଳେ ୧୦ ହଜାର ୬୫୫ ଜଣ ଚାଷୀ ଚାଷରେ କ୍ଷତି ସହିନପାରି ଆତ୍ମହତ୍ୟା କରିଛନ୍ତି।
୨୦୧୬ରେ କିନ୍ତୁ ବେରୋଜଗାର ତୁଳନାରେ ଚାଷୀ ଅଧିକ ଆତ୍ମହତ୍ୟା କରିଛନ୍ତି। ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୧୭୩ ରହିଥିବା ବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୩୭୯ ଥିଲା। ୨୦୧୫ରେ ବେରୋଜଗାର ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୧୨ ଥିବାବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୨୬୦୨ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking