ଅଣ୍ଡର-୨୩ ଏଏଫ୍‌ସି କ୍ୱାଲିଫାୟର୍ସ : ୨୮ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏଏଫ୍‌ସି ଅଣ୍ଡର-୨୩ ଏସିଆନ୍ କପ୍ ଟୁର୍ଣ୍ଣାମେଣ୍ଟର କ୍ୱାଲିଫାୟର୍ସ ପାଇଁ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ବୁଧବାର ୨୮ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଅକ୍ଟୋବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କ୍ୱାଲିଫାର୍ସ ମ୍ୟାଚ୍‌ରେ ଓମାନ୍‌, କିର୍ଗିଜ୍ ଗଣରାଜ୍ୟ ଓ ଆୟୋଜନ ୟୁଏଇ ସମେତ ଭାରତ କ୍ୱାଲିଫାୟର୍ସର ଗ୍ରୁପ୍‌-ଇ’ରେ ସ୍ଥାନ ପାଇଛି । ଏଏଫ୍‌ସି ଅଣ୍ଡର-୨୩ ଏସିଆନ୍ କପ୍ ଉଜ୍‌ବେକିସ୍ତାନରେ ଖେଳାଯିବ । ଅକ୍ଟୋବର ୨୦ରେ ୟୁଏଇ ଯାତ୍ରା କରିବାକୁ ଥିବା ଖେଳାଳିମାନେ ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁରେ ଏକାଠି ହେବେ ।

ଭାରତରେ ଆୟୋଜିତ ୨୦୧୭ ଅଣ୍ଡରର-୧୭ ବିଶ୍ୱକପ୍‌ରେ ଭାରତୀୟ ଦଳର ଗୋଲ୍‌କିପର୍ ଥିବା ଧୀରଜ ସିଂହ ବୋଇରାଙ୍ଗଥେମ୍ ଓ ଫଯୱାର୍ଡ ଅନିକେତ ଯାଦବଙ୍କୁ ଏହି ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି । କ୍ୱାଲିଫାୟର୍ସରେ ଭାରତ ଅକ୍ଟୋବର ଆସନ୍ତା ୨୫ରେ ଓମାନ୍‌କୁ, ୨୮ରେ ୟୁଏଇକୁ ଓ ୩୧ ତାରିଖରେ କିର୍ଗିଜ୍ ଗଣରାଜ୍ୟକୁ ଭେଟିବ । ଘୋଷିତ ସମ୍ଭାବ୍ୟ ଦଳ: ଗୋଲ୍‌କିପର୍‌- ଧୀରଜ ସିଂହ ମୋଇରାଙ୍ଗଥେମ୍‌, ପ୍ରଭସୁଖନ୍ ସିଂହ ଗିଲ୍‌, ପ୍ରତୀକ କୁମାର ସିଂ ଓ ମହମ୍ମଦ ନୱାଜ୍‌; ଡିଫେଣ୍ଡର୍‌- ନରେନ୍ଦ୍ର ଗେହଲଟ୍‌, ବିକାଶ ଯୁମନାମ୍‌, ଆଲେକ୍ସ ସାଜି, ହରମିପାମ୍ ରୁଇଭା, ହାଲେନ୍ ନଙ୍ଗଟ୍‌ଦୁ, ଆଶିଷ ରାଏ, ସୁମିତ ରାଠି, ଆକାଶ ମିଶ୍ର ଓ ସାହିଲ ପରୱାର୍ ।

ମିଡ୍‌ଫିଲ୍ଡର୍‌- ଏସ୍‌କେ ସାହିଲ, ସୁରେଶ ସିଂ, ଅମରଜିତ୍ ସିଂ, ଲାଲେଙ୍ଗ୍‌ମାୱିଆ, ଜେକ୍‌ସନ୍ ସିଂହ, ଦୀପକ ତାଙ୍ଗ୍‌ରୀ, ରାହୁଲ କେପି, କୋମଲ ଥାଟଲ, ନିଖିଲ ରାଜ, ବ୍ରାଇସ୍ ମିରାଣ୍ଡା ଓ ପ୍ରିନ୍ସଟନ୍ ରେବେଲୋ । ଫରୱାର୍ଡର୍: ବିକ୍ରମ ପ୍ରତାପ ସିଂ, ରହିମ ଅଲୀ, ରୋହିତ ଦାନୁ ଓ ଅନିକେତ ଯାଦବ ।

LEAVE A REPLY

Please enter your comment!
Please enter your name here