32.8 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗକୋଭିଡ଼୍ ପରିଚାଳନାକୁ ନେଇ ଶାସକ ବିଧାୟକଙ୍କ ପ୍ରଶ୍ନ

କୋଭିଡ଼୍ ପରିଚାଳନାକୁ ନେଇ ଶାସକ ବିଧାୟକଙ୍କ ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୋଭିଡ଼୍ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ ଖୋଦ ଶାସକ ଦଳର ବିଧାୟକ ଉମା ସାମନ୍ତରାୟ । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ । ମୁଁ ଏ କଥାକୁ ସ୍ୱୀକାର କରୁଛି କହିଲେ ବିଧାୟକ ଉମା ସାମନ୍ତରାୟ । ଯେତିକି ବେଡ଼ ଅଛି, ତା ଠରୁ ଅଧିକ ରୋଗୀ ଆସୁଛନ୍ତି । ଯେଉଁ ହାରରେ ରୋଗୀ ବଢୁଛନ୍ତି ଅଧିକ ଆଇସିୟୁ ବେଡ଼୍ ଦରକାର । ଯେତିକି କୋଭିଡ଼ ହସ୍ପିଟାଲ ଅଛି ଯଥେଷ୍ଟ ନୁହେଁ, ବଢାଇବାକୁ ହେବ । ଆଇସିୟୁ ବଢାଇବାକୁ ପଡ଼ିବ, ଏପରି ହେଲେ ରୋଗୀ ଫେରିବେନି । ଯେଉଁମାନଙ୍କୁ କୋଭିଡ଼୍ ହୋଇନି ମେଡ଼ିକାଲ ଗଲେ ଚିକିତ୍ସା ମିଳୁନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଓଏସ୍ ଟି ଏଫ ଓ ବିଏସକେୱାଇ କାର୍ଡରେ ବହୁତ ତାରତମ୍ୟ ରହିଛି, ସେଗୁଡ଼ିକୁ ସମାନ କରାଯିବା ଆବଶ୍ୟକ । ପ୍ରମୁଖ ଘରୋଇ ମେଡ଼ିକାଲ ବିଏସକେୱାଇ କାର୍ଡ ଗ୍ରହଣ କରୁନାହାନ୍ତି । କାରଣ ରାଜ୍ୟ ସରକାର ସେହି ମେଡିକାଲ ସହ ଏମଓୟୁ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking