28.1 C
Bhubaneswar
Sunday, December 10, 2023
Homeଦେଶ ବିଦେଶଜି-୭ ବୈଠକରେ ପୁଟିନଙ୍କ ଏହି ଫଟୋର ମଜାକ ଉଡାଇଲେ ବୋରିସ ଜନସନ ଏବଂ କାନାଡା ପିଏମ

ଜି-୭ ବୈଠକରେ ପୁଟିନଙ୍କ ଏହି ଫଟୋର ମଜାକ ଉଡାଇଲେ ବୋରିସ ଜନସନ ଏବଂ କାନାଡା ପିଏମ

ନୂଆଦିଲ୍ଲୀ : ଜର୍ମାନୀର କୃଣରେ ଜି-୭ ବୈଠକରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଫଟୋକୁ ନେଇ ବିଶ୍ବନେତାଙ୍କର ପରିହାସ। ବ୍ରିଟେନ୍  ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କ ବିନା କପଡାରେ ଥିବା ଫଟୋକୁ ନେଇ ଜୋରଦାର ପରିହାସ କରିଛନ୍ତି। ସମସ୍ତେ ଏକାଠି ହୋଇ ପୁଟିନ୍ ନାଁରେ ଥଟ୍ଟାମଜା କରିବା ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ୨୬ ଜୁନ୍ ୨୦୨୨ ରେ ଜି୭ ଲଞ୍ଚ ବେଳେ ବିଶ୍ବ ନେତାମାନେ ବେଭୋରିୟାର ସୁରମ୍ୟ ଏଲମାଉ କେସଲରେ ପୁଟିନ୍ ଙ୍କ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ତାଙ୍କ ଫଟୋରେ ଦେଖି ଖୁବ୍ ପରିହାସ କରିଥିଲେ। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଥିଲେ, ଜ୍ୟାକେଟ୍ ଅନ୍? ଜ୍ୟାକେଟ୍ ଅଫ୍ ? କ’ଣ ଆମକୁ ନିଜର କୋଟ୍ ବାହାର କରିଦେବା ଦରକାର କି? ଜନସନଙ୍କ ପ୍ରଶ୍ନର ଉତ୍ତରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋ କହିଥିଲେ, ସେ କପଡା ବାହାର କରିବା ପୂର୍ବରୁ ଏହି ଇଭେଣ୍ଟର ଅଫିସିଆଲ ଫଟୋକୁ ଅପେକ୍ଷା କରନ୍ତୁ। ଏହାପରେ ଜନସନ୍ କହିଥିଲେ, ଆମକୁ ଦେଖାଇବାକୁ ହେବ ଆମେ ପୁଟିନ୍ ଙ୍କ ଠାରୁ  ଅଧିକ ଶକ୍ତିଶାଳୀ।’ଏହାପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଥିଲେ ଆମେ ସାର୍ଟଲେସ୍ ଘୋଡା ସବାରୀଙ୍କ ଡିସପ୍ଲୋ ଦେଖିବାକୁ ଯାଉଛୁ। ଉଲ୍ଲେଖନୀୟ ଯେ, ୨୦୦୯ ରେ କ୍ଲିକ୍ କରାଯାଇଥିବା ଏହି ଫଟୋ ପୁଟିନଙ୍କର, ଯେଉଁଥିରେ ସେ ଘୋଡା ଉପରେ ବିନା ସାର୍ଟରେ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking