29.1 C
Bhubaneswar
Thursday, April 25, 2024
Homeଅପରାଧକେହି ନଥିବା ବେଳେ ହତ୍ୟା

କେହି ନଥିବା ବେଳେ ହତ୍ୟା

ନୂଆଦିଲ୍ଲୀ : ଘରେ କେହି ନଥିବା ସମୟରେ ଯୁବକଙ୍କୁ ହତ୍ୟା । ମଙ୍ଗଳବାର  ଲିଃଥେରଲାଣ୍ଡ ର ହାରିଙ୍ଗଟନ୍ ରୋଡରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ତେବେ ଧନ ସମ୍ପତ୍ତିକୁ ନେଇ ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯାହା ଫଳରେ ଏଥିରେ ଜଣେ ୨୦ ବର୍ଷିୟ ଯୁବକ ବଳି ପଡିଛନ୍ତି । କେବଳ ସମ୍ପତି ପାଇଁ ଏଭଳି କାଣ୍ଡ ହୋଇଥିବା ମରସେସାଇଡ ପୋଲିସ କହିଛି । ଏଭଳି ଘଟଣା ପରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ବୋଲି ଫୋର୍ସ କହିଛି । ଯୁବକଙ୍କ ପରିବାରକୁ ପୋଲିସ ସୂଚନା ଦେଇଛି । ଡିଟ ଇନ୍ସପ ଟ୍ରାସି ମାର୍ଟିନ ଏହାକୁ ଏକ ହିଂସାତ୍ମକ ତଥା ଦୁଖଦ ହତ୍ୟା ବୋଲି ବର୍ଣ୍ଣନା କରି ହତ୍ୟା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ଯଦି ଏ ଘଟଣାର ସାକ୍ଷୀ କିଏ ଅଛନ୍ତି ତେବେ ସେମାନେ ପୋଲିସ ସହ ଯୋଗାଯୋଗ କରିବାକୁ ପୋଲିସ କହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରାସ୍ତାଟି କର୍ଡନ ହୋଇ ରହିଛି ଏବଂ ଅଧିକାରୀମାନେ ହରିଙ୍ଗଟନ୍ ରୋଡ୍ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛିଦିନ ଯାଏଁ ପୋଲିସ  ଛାନଭିନ କରିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking