40.1 C
Bhubaneswar
Thursday, April 25, 2024
Homeଅନ୍ୟାନ୍ୟ ପରୀକ୍ଷାଅଫଲାଇନ୍ ମୋଡ୍‌ରେ ହେବ ୟୁଜି ପିଜି ପରୀକ୍ଷା: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ

ଅଫଲାଇନ୍ ମୋଡ୍‌ରେ ହେବ ୟୁଜି ପିଜି ପରୀକ୍ଷା: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷାକୁ ନେଇ ରାଜ୍ୟ ସରକାର ଏକ ଗୁରୁତରତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ସମସ୍ତ ସରକାରୀ/ ଅଣ-ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ଚିଠି ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଫଲାଇନ୍ ମୋଡରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ଟଏ ଏବଂ ଚଏ ସ୍ତରର ପରୀକ୍ଷା (ବାର୍ଷିକ / ସେମିଷ୍ଟାର) ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ । ‘ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପରୀକ୍ଷା ପରିଚାଳନା ବିଷୟରେ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପୂର୍ବ ଏବଂ ଏବେରନିର୍ଦ୍ଦେଶଗୁଡ଼ିକର ପାଳନ କରାଯିବାକୁ ସମସ୍ତ ଅଧ୍ୟକ୍ଷଙ୍କୁ ସୂଚନା ନିଆଯାଇଛି । ସମସ୍ତ ୟୁଜି ଏବଂ ପିଜି ସ୍ତରୀୟ ପରୀକ୍ଷା (ବାର୍ଷିକ / ସେମିଷ୍ଟାର) ବର୍ତ୍ତମାନଠାରୁ ଉପଯୁକ୍ତ କୋଭିଡ୍ ପାଳନ କରି ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ । ଏହାସହ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଏହି ସମସ୍ତ ପରୀକ୍ଷା ଅନୁଷ୍ଠିତ କରାଯିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।
ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା, ଡବଲ୍ ଡୋଜ୍ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହାତକୁ ଭଲ ଭାବେ ସାନିଟାଇଜ୍ କରିବାକୁ କୁହାଯାଇଛି । ସେହିପରି ସମସ୍ତ ଶ୍ରେଣୀଗୃହକୁ ମଧ୍ୟ ସାନିଟାଇଜ୍ କରାଯିବା ସହ ଶ୍ରେଣୀଗୃହରେ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ ବୋଲି ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking