33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଉତ୍କଳ ବିଶ୍ୱବିଦ୍ୟାଳୟ: ୟୁଜି/ପିଜି ପରୀକ୍ଷା

ଉତ୍କଳ ବିଶ୍ୱବିଦ୍ୟାଳୟ: ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ନେଇ ସୂଚନା ମିଳିଛି । ୟୁଜି ପରୀକ୍ଷା ଅଫଲାଇନରେ ମଲଟିପଲ୍ ଚଏସ(ଓଏମଆର) ଦ୍ୱାରା ହେବ । ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବ । ୟୁଜି ପରୀକ୍ଷା ୯ ଜିଲ୍ଲାର ୨୭୮ଟି କଲେଜରେ ୫୦,୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ପ୍ରଦାନ କରିଛନ୍ତି ।

କରୋନା ମହାମାରୀ ଯୋଗୁଁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି । ଅନଲକ୍ ୪ ଲାଗୁ ହୋଇଥିଲେ ବି ଶିକ୍ଷାନୁଷ୍ଠାନଗୁଡିକରେ ସବୁ ନିୟମ କୋହଳ ହୋଇନାହିଁ । କରୋନାକୁ ଦୃଷ୍ଟିରେ ରଖି ରେଭେନ୍ସାରେ ୟୁଜି ଓ ପିଜି ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରେଭେନ୍ସା କୁଳପତି ଇଶାନ ପାତ୍ର ସୂଚନା ଦେଇଛନ୍ତି । ୟୁଜିସି ଗାଇଡଲାଇନ ଅନୁସାରେ ପରୀକ୍ଷା ହେବ ବୋଲି କୁଳପତି ଇଶାନ କହିଛନ୍ତି ।

ସେପ୍ଟେମ୍ବର ୩୦ ମଧ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଗତ କାଲି ଘୋଷଣା ହୋଇଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ୟୁଜିସି ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି । କୁଳପତି-କଲେଜ ଅଧ୍ୟକ୍ଷମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking