28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସେପ୍ଟେମ୍ବର ୩୦ ମଧ୍ୟରେ ୟୁଜି/ପିଜି ପରୀକ୍ଷା

ସେପ୍ଟେମ୍ବର ୩୦ ମଧ୍ୟରେ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ମଧ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ୟୁଜିସି ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି । କୁଳପତି-କଲେଜ ଅଧ୍ୟକ୍ଷମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ବନ୍ୟା ଦୃଷ୍ଟିରୁ ଆବେଦନ ଅବଧି ବଢାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୪ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ଅବଧି ବୃଦ୍ଧି କରିଛନ୍ତି ସରକାର । ଏବେ ବାତ୍ୟା ଯୋଗୁଁ ଅନେକ ଜିଲ୍ଲା ଜଳମଗ୍ନ ହୋଇ ରହିଛି । ବିଦ୍ୟୁତ ସରବରାହ ସହ ପାଣି ଘେରରେ ରହିଛି ଅନେକ ଅଂଚଳ । ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking