33.1 C
Bhubaneswar
Wednesday, April 24, 2024
Homeବଲିଉଡନେହା ଓ ଆଦିତ୍ୟଙ୍କ ବିବାହକୁ ନେଇ କ’ଣ କହିଲେ ପିତା ଉଦିତ୍ ନାରାୟଣ ?

ନେହା ଓ ଆଦିତ୍ୟଙ୍କ ବିବାହକୁ ନେଇ କ’ଣ କହିଲେ ପିତା ଉଦିତ୍ ନାରାୟଣ ?

ମୁମ୍ବାଇ: ‘ଇଣ୍ଡିଆନ ଆଇଡଲ-୧୧’ରେ ଜଜ୍ ଭାବେ ଦାୟିତ୍ୱ ତୁଲାଉଥିବା ନେହା ଓ ଆଙ୍କର ଆଦିତ୍ୟଙ୍କୁ ନେଇ ଏବେ ପୁଣି ଏକ ତାଜା ଖବର ସାମ୍ନାକୁ ଆସିଛି । ଖବରଟି ହେଲା ଏହି ଦୁହିଁଙ୍କ ବିବାହକୁ ନେଇ ଆଦିତ୍ୟଙ୍କ ବାପା ଉଦିତ୍ ନାରାୟଣ ଏକ ତାଜା ସୂଚନା ଦେଇଛନ୍ତି । ଯଦିଓ ସୋ’ ସମୟରେ ଏହାର ଟିଆରପି ବଢାଇବା ପାଇଁ ଏହି ଦୁହିଁଙ୍କର ମିଛିମିଛିକା ବିବାହ ରଚନା କରାଯାଇଥିଲା ।

ଆଉ ଏବେ ସୋ ବି ସରିଗଲା, ହେଲେ ଏବେ ବି ନେହାଙ୍କ ଫ୍ୟାନ ଏହି ଦୁଇ ଯୋଡିଙ୍କୁ ସବୁଦିନ ପାଇଁ ଦେଖିବାକୁ ଚାହାନ୍ତି । ଖାଲି ନେହାଙ୍କ ଫ୍ୟାନ ନୁହଁନ୍ତି ବରଂ ଆଦିତ୍ୟଙ୍କ ପିତା ତଥା ବଲିଉଡ ସିଙ୍ଗର ଉଦିତ ନାରାୟଣ ମଧ୍ୟ ନେହାଙ୍କୁ ନିଜ କୂଳବଧୂ ଭାବେ ପାଇବାକୁ ଚାହାଁନ୍ତି । ଉଦିତ୍ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ସବୁବେଳେ ନେହଙ୍କା ନାଁ ନେଇ ଚିଡାନ୍ତି । ଆଉ ସତରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ବୋଲି ସେ ଚାହାଁନ୍ତି । ମାତ୍ର ଆଦିତ୍ୟ ଏବେ ନିଜ କ୍ୟାରିୟର ଉପରେ ଫୋକସ କରିବାକୁ ଚାହୁଁଥିବାରୁ ପିତାଙ୍କ ଏହି ଅନ୍ଦାଜକୁ ଏଡାଇ ଦିଅନ୍ତି ।

ଉଦିତ୍ କୁହନ୍ତି, ଆଦିତ୍ୟଙ୍କୁ ନେହାଙ୍କ ନାଁରେ ସେ ଚିଡାଇବା ବେଳେ ଆଦିତ୍ୟ ସବୁବେଳେ ଏହାକୁ ଏଡାଇ ଦିଅନ୍ତି । ସବୁ ପରେ ବି ଆଦିତ୍ୟ ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ବୋଲି ବାପା ଉଦିତ୍ ନାରାୟଣ କହିଛନ୍ତି । ତେବେ ଦେଖିବାକୁ ରହିଲା ଏହି ଯୋଡି ପ୍ରକୃତରେ କେବେ ସତସତିକା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking