29.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶଇସ୍ତଫା ଦେଇ ପାରନ୍ତି ଉଦ୍ଧବ

ଇସ୍ତଫା ଦେଇ ପାରନ୍ତି ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ଆସନ୍ତାକଲି ଫ୍ଲୋର ଟେଷ୍ଟ ପୂର୍ବରୁ ପଦ ଛାଡି ପାରନ୍ତି ଠାକରେ । ଆଜିର କ୍ୟାବିନେଟ ବୈଠକ ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଉଦ୍ଧବ । ଅଢେଇ ବର୍ଷର ଶାସନ କାଳରେ ସହ ଯୋଗ କରିଥିବାରୁ କୃତଜ୍ଞତା ଜଣାଇଲେ । କଂଗ୍ରେସ , ଏନସିପି ସହ ଯୋଗ କରିଥିଲେ ବି ନିଜ ଲୋକ ଧୋକା ଦେଇଥିବା କହିଲେ ।
ସେପଟେ ଯଦି ଇସ୍ତଫା ନ ଦିଅନ୍ତି ତେବେ ଆସନ୍ତାକାଲି ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଦିନ ୧୧ଟାରୁ ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲୋର ଟେଷ୍ଟ ନେଇ ବିଧାନସଭା ସଚିବ ରାଜେନ୍ଦ୍ର ଭଗୱତଙ୍କୁ ରାଜ୍ୟପାଳ ଚିଠି ଲେଖିଛନ୍ତି। କାଲି ହେବାକୁ ଥିବା ଫ୍ଲୋର ଟେଷ୍ଟର ଭିଡିଓଗ୍ରାଫି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking