33.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶଟଳୁନି ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ ଠାକ୍‌ରେ

ଟଳୁନି ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ ଠାକ୍‌ରେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନିବାସ ‘ବର୍ଷା’ ଛାଡ଼ିଲେ ଉଦ୍ଧବ ଠାକ୍‌ରେ । ସମସ୍ତ ଆସବାବ ପତ୍ର ଧରି ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ । ସରକାରୀ ବାସଭବନ ଛାଡ଼ି ‘ମାତୋଶ୍ରୀ’ ଯାଉଛନ୍ତି ଉଦ୍ଧବ । ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଙ୍କଟର ସମାଧାନ ବାଟ ଫିଟିବା ନାଁ ଧରୁନାହିଁ । କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ୨୨ ଜଣ ଶିବସେନା ବିଧାୟକ ମଙ୍ଗଳବାରଠାରୁ ରାଜ୍ୟ ବାହାରେ ଅବସ୍ଥାନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏକପ୍ରକାର ଅସହାୟ ହୋଇପଡିଛନ୍ତି । ଦଳୀୟ ବିଧାୟକଙ୍କ ଏଭଳି ବିଦ୍ରୋହୀ ମନୋଭାବର ମୁକାବିଲା କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଉଦ୍ଧବ ବୁଧବାର କ୍ୟାବିନେଟ୍ ଜରୁରୀ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଛନ୍ତି । ତେବେ କରୋନା ଆକ୍ରାନ୍ତ ହୋଇଥିବାରୁ ଉଦ୍ଧବ ତାଙ୍କର ବାସଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀ, ଏପରିକି ଶିବସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ ଉଦ୍ଧବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପଦ ପଦବୀ ଆସିିବ ଏବଂ ଯିବ, ତେବେ ଶିବସେନାର ଜଣେ କେହି ନେତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ବିଦ୍ରୋହୀ ବିଧାୟକଙ୍କ ନିକଟରୁ ପ୍ରତିଶ୍ରୁତି ଲୋଡିଛନ୍ତି ।

ପିତା ବାଲ ଠାକ୍‌ରେଙ୍କ ଆଦର୍ଶରେ ସର୍ବଦା ଅନୁପ୍ରାଣିତ ହୋଇଆସୁଥିବାରୁ ତାଙ୍କ (ପିତା)ର ଚିନ୍ତାଧାରାରୁ ତିଳେମାତ୍ର ବିଚ୍ୟୁତ ହେବାକୁ ସେ ଚାହୁଁନାହାନ୍ତି ବୋଲି ଉଦ୍ଧବ ଭାବବିହ୍ୱଳ କଣ୍ଠରେ କହିଛନ୍ତି । ନିଜ ଦଳର ବିଧାୟକମାନେ ଏପରି ପଛରୁ ଛୁରିକାଘାତ କରିବେ, ତାହା ସେ ସ୍ୱପ୍ନରେ ଭାବିନଥିଲେ ବୋଲି ମଧ୍ୟ ସେ କହିଛନ୍ତି । ରାଜ୍ୟ ବାହାରେ ରହି ରଣନୀତି ପ୍ରସ୍ତୁତ କରିବା ଅପେକ୍ଷା ମୋ ସମ୍ମୁଖକୁ ଆସି ଇସ୍ତଫା ଦେବାକୁ କହିଲେ ଅଧିକ ଖୁସି ହେବି ବୋଲି ଉଦ୍ଧବ କହିଛନ୍ତି । ଆଶାୟୀ ନଥିଲେ ସୁଦ୍ଧା ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦ ଅକସ୍ମାତ୍ ମୋ ଭାଗ୍ୟରେ ଜୁଟିଥିଲା । ଏନ୍‌ସିପି ମୁଖ୍ୟ ଶରଦ ପୱାର ଓ କଂଗ୍ରେସ ନେତା କମଳନାଥଙ୍କ ସମର୍ଥନ ଥିବା ସତ୍ତ୍ୱେ ଯଦି ନିଜ ଦଳର ଲୋକେ ମୋତେ ଚାହୁଁନାହାନ୍ତି, ତାହାଠାରୁ ଦୁର୍ଭାଗ୍ୟର ବିଷୟ ମୋ ପାଇଁ ଆଉ କ’ଣ ହୋଇପାରେ ବୋଲି ଉଦ୍ଧବ କହିଛନ୍ତି । ଏପରିକି ସରକାରୀ ବାଭସବନ ‘ବର୍ଷା’ ଛାଡି ପୈତୃକ ବାସଭବନ ‘ମାତୋଶ୍ରୀ’ ଚାଲିଯାଉଛନ୍ତି।

ଇତିମଧ୍ୟରେ ୩୪ ବିଦ୍ରୋହୀ ବିଧାୟକ ବୁଧବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟରୁ ଏକ ପତ୍ର ଲେଖିଛନ୍ତି । ଏମାନଙ୍କ ମଧ୍ୟରେ ଶିବସେନାର ୩୦ ଓ ୪ ଜଣ ସ୍ୱାଧୀନ ବିଧାୟକ ସାମିଲ ଅଛନ୍ତି । ଉଦ୍ଧବଙ୍କ ପରିବର୍ତ୍ତେ ସେମାନେ ବର୍ତ୍ତମାନ ଏକନାଥ ସିନ୍ଧେଙ୍କୁ ଶିବସେନା ବିଧାୟକ ଦଳର ନେତା ମନୋନୀତ କରିଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ଆଇନ ଅନୁଯାୟୀ ଦଣ୍ଡିତ ନହୋଇ ଦଳ ପରିବର୍ତ୍ତନ କରିବାକୁ ସିନ୍ଧେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ ହୋଇପଡିଛି । ଆଉ କେତେକ ବିଧାୟକ ତାଙ୍କ ଶିବିରରେ ଯୋଗଦେବାକୁ ମନସ୍ଥ କରିଥିବାରୁ ଏହି ସଂଖ୍ୟା ଛୁଇଁବା କଷ୍ଟସାଧ୍ୟ ହେବ ନାହିଁ ବୋଲି ସିନ୍ଧେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ତାଙ୍କ ନିକଟରେ ବର୍ତ୍ତମାନ ୪୬ ଜଣ ବିଧାୟକ ଉପସ୍ଥିତ ଥିବାବେଳେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବ ବୋଲି ସିନ୍ଧେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking