38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି , ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି , ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ଉଦୟପୁର: ରାଜସ୍ଥାନରେ ୧୪୪ ଧାରା ଜାରି ହୋଇଛି। ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହାସହ ୬୦୦ ପୋଲିସ୍ କର୍ମୀଙ୍କୁ ଉଦୟପୁର ପଠାଯାଇଛି। ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏନଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ, ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଜଣେ ଟେଲର୍ ଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଟେଲର୍ ଜଣକ ଲୁଗା ସିଲେଇ ପାଇଁ ମାପ ନେଉଥିବା ବେଳେ ହତ୍ୟାକାରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।  ମୃତକଙ୍କ ନାଁ କହ୍ନେୟା ଲାଲ୍।  ଆଉ ଏକ ଭିଡିଓରେ ୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇବା ସହିତ ନୁପୂର ଶର୍ମା ସମ୍ପର୍କିତ ସୋସିଆଲ୍‌ ମିଡିଆ ପୋଷ୍ଟ ପାଇଁ ଏହି ହତ୍ୟାକାଣ୍ଡ ସେମାନେ ଘଟାଇଥିବା ସ୍ୱୀକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking