27.1 C
Bhubaneswar
Friday, August 12, 2022
Homeଓଡିଶାଭୁବନେଶ୍ୱରକଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ୟୁ ଟର୍ଣ୍ଣ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ୟୁ ଟର୍ଣ୍ଣ । ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଲେ । ସୁର ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ନିଜର ଭୋଟ୍ ଦେବେ ବୋଲି ସୁର କହିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ସୁର ନିଜ କଥା ପ୍ରତ୍ୟାହାର କରିନେଇଥିବା କହିଛନ୍ତି । ଦ୍ରୌପଦୀ ନୁହଁ, ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି ସୁର । ତେବେ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମତକୁ ନେଇ ସେ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଥିଲେ ଏହାପରେ ତାଙ୍କ ମନ୍ତବ୍ୟକୁ ନେଇ ବହୁ ଗଣମାଧ୍ୟମରେ ବିଭିନ୍ନ କଥା ପ୍ରକାଶ ପାଇଥିଲା ଓ ତାଙ୍କୁ ବହୁ ଫୋନ୍ କଲ୍ ଆସିଥିଲା ବୋଲି ସୁର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking