38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

କାବୁଲ : କାବୁଲ ବିମାନବନ୍ଦର ନିକଟରେ ଆତ୍ମଘାତୀ ଆକ୍ରମଣ ପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏସଆଇଏସ ଉପରେ ଏୟାର ଷ୍ଟ୍ରାଇକ କରି ପ୍ରତିଶୋଧ ନେଇଛି। ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି। ଏଥି ସହିତ ଆମେରିକା ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ କାବୁଲ ବିମାନବନ୍ଦର ଛାଡି ଚାଲି ଯିବାକୁ କହିଛି। ଆତଙ୍କବାଦୀ ସଂଗଠନ ଆଇଏସ ଆଇଏସ ଉପରେ ଆକ୍ରମଣ ପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ ମାଷ୍ଟର ମାଇଣ୍ଡକୁ ହତ୍ୟା କରିଛୁ। ଏଥିରେ କୌଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking