31.1 C
Bhubaneswar
Friday, March 29, 2024
Homeଓଡିଶାଜମ୍ଭୀରା ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

ଜମ୍ଭୀରା ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

ମୟୂରଭଞ୍ଜ : ଜମ୍ଭୀରାନଦୀ ପାରି ହେଉଥିବା ବେଳେ ନଦୀଜଳରେ ଭାସିଯାଇ ୨ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ତେବେ ସେମାନେ ନଦୀପାରି ହୋଇ ନଦୀ ଆରପଟ ଗାଁକୁ ଯାଉଥିବା ସମୟରେ ଘଟିଛି ଅଘଟଣ। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଜମୀରା ନଦୀର ଘୋଳମୁହାଁ ଘାଟ ନିକଟରୁ ନଦୀପାର ହେଉଥିବା ବେଳେ ଗଣ୍ଡଗୁହାଳି ଗ୍ରାମର ଦୁଇଯୁବକ ଭାସିଯାଇ ନିଖୋଜ। ଗଣ୍ଡଗୁହାଳି ଗ୍ରାମର ୭ ଜଣ ଯୁବକ ନଦୀପାର ହୋଇ ବାଘାଝରଣ ଗାଁକୁ
ଫୁଟବଲ ଖେଳ ଦେଖିବାକୁ ଯାଉଥିଲେ। ସେମାନେ ଗଣ୍ଡଗୁହାଳି ଗାଁ ପାଖ ଘୋଳମୁହାଁ ଘାଟ ନିକଟରେ ନଦୀପାର ହେଉଥିବା ସମୟରେ ପ୍ରଥମେ ଜଣେ ଯୁବକ ଭାସିଯାଇଥିଲେ । ଭାସି ଯାଇଥିବା ଯୁବକ ଜଣଙ୍କୁ ଉଦ୍ଧାର ପାଇଁ ଅନ୍ୟଜଣେ ନଦୀ ଭିତରେ ପଶିଥିଲେ ତେବେ ଉଦ୍ଧାର ପାଇଁ ଯାଇଥିବା ଯୁବକ ଜଣଙ୍କ ମଧ୍ୟ ନଦୀପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଲଗାଣବର୍ଷା ପାଇଁ ଜମୀରା ନଦୀରେ ଜଳସ୍ତର ବଢୁଥିବାରୁ ଯୁବକମାନେ ଭାସିଯାଇଥୁବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଭାସି ଯାଇଥିବା ଦୁଇଜଣ ଯୁବକ ହେଲେ ଗଣ୍ଡଗୁହାଳି ଗ୍ରାମର ବୁଧେଶ୍ୱର ମାଝି ଓ ମଙ୍ଗଲ ମାରାଣ୍ଡି । ଦୁଇଜଣ ଯୁବକ ଭାସିଯିବା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୁବକ ଦୁଇଜଣଙ୍କ କୌଣସି ପତ୍ତା ମିଳିନାହିଁ। ଅନ୍ୟପଟେ ଦୁଇ ନିଖୋଜ ଯୁବକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking