34.1 C
Bhubaneswar
Friday, March 29, 2024
Homeଅପରାଧପୋଖରୀରେ ବୁଡି ଦୁଇ ଯୁବକ ମୃତ୍ୟୁ

ପୋଖରୀରେ ବୁଡି ଦୁଇ ଯୁବକ ମୃତ୍ୟୁ

ଯାଜପୁର :- ଯାଜପୁର ସଦର ଥାନା ଅନ୍ତର୍ଗତ କବୀର ପୁର ଠାରେ ଅଭାବନୀୟ ଘଟଣା ଘଟିଛି । ୨ ଜଣ ଯୁବକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ଦ୍ୱୟ ହେଲେ ଯାଜପୁର ଟାଉନ୍ ଅଂଚଳର ଅଭିଜିତ୍ ଉପଧାୟ ୨୧ ଓ ସୁଶିଲ୍ ନାୟକ ୨୫ ବୋଲି ଜଣା ପଡିଛି । ଖବର ନେବାରୁ ଜଣା ଯାଇଛି ଯେ ଗତକାଲି ରାତିରୁ ନିଜର ବାଇକ୍‌ରେ କଟକ ଯାଇଥିଲେ, କିନ୍ତୁ ଯିବା ସମୟରେ କବୀରପୁର ନିକଟରେ ୨୦ ନଂ ଜାତୀୟ ରାଜପଥରେ ଥିବା ବଂକାଣିଆ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଥିଲେ । ଆଜି ସକାଳୁ ଲୋକମାନେ ହେଲମେଟ୍ ଭାସୁଥିବାର ଦେଖିଥିଲେ, ଓ ବାଇକ୍ ଟେଡେପଡି ରହିଥିଲା । ଏ ସମ୍ପର୍କରେ ସଦର ଥାନାକୁ ଅବଗତ କରିଥିଲା । ଗ୍ରାମ ବାସୀଙ୍କ ସହଯୋଗରେ ବହୁ ଖାଜା ଖୋଜି ପରେ ପୋଖରୀରୁ ୨ ଜଣଙ୍କ ଶବ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ୨ ଟିକୁ ଯାଜପୁର ମୁଖୟ ଚିକିତ୍ସାଲୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଏହି ଅଂଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking