27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ଲାଜମା ଦାନ କଲେ ଦକ୍ଷିଣ ରାଉରକେଲାର ଦୁଇ ଯୁବକ

ପ୍ଲାଜମା ଦାନ କଲେ ଦକ୍ଷିଣ ରାଉରକେଲାର ଦୁଇ ଯୁବକ

ରାଉରକେଲା: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦକ୍ଷିଣ ରାଉରକେଲା ଫର୍ଟିଲାଇଜର ଅଂଚଳର ୨ ଜଣ ଯୁବକ ପ୍ଲାଜମା ଦାନ କରି ସ୍ଥାନୀୟ ଅଂଚଳ ସମେତ ରାଉରକେଲାର ଗର୍ବ ଓ ଗୌରବ ପାଲଟିଛନ୍ତି । ରାଉରକେଲା ଇସ୍ପାତ କାରଖାନା(ଆରଏସପି)ରେ କାର୍ଯ୍ୟରତ ଅନୀଲ କୁମାର ମଲ୍ଲିକ ଓ ସାରନଗରୀ ଜନସେବା କେନ୍ଦ୍ରର ପରିଚାଳକ ତଥା ଶିଷ୍ଟ୍ରି ଇନଫୋଟେକର ନିର୍ଦ୍ଦେଶକ ତପନ କୁମାର ଭୂୟାଁ ରାଉରକେଲାର ଆଇଜିଏଚ ସ୍ଥିତ ପ୍ଲାଜମା ବ୍ୟାଙ୍କ ଠାରେ ସ୍ୱଇଛାରେ ପ୍ଲାଜମା ଦାନ କରିଥିଲେ । ମହାମାରୀ କରୋନାକୁ ନେଇ ଲୋକେ ଆଦୌ ଭୟଭୀତ ହେବା ଉଚିତ ନୁହେଁ । କରୋନା ଠାରୁ ବର୍ତିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ସହିତ ସାବୁନ, ସାନିଟାଇଜର ଆଦିରେ ହାତ ଧୋଇବା ସମସ୍ତଙ୍କ ପାଇଁ ନିହାତି ଜରୁରୀ ବୋଲି ଏହି ଯୁବକ ଦ୍ୱୟ ସମାଜକୁ ତାଙ୍କର ବାର୍ତା ବଂଟନ କରିଛନ୍ତି । ଏହି ଦୁଇ ଯୁବକଙ୍କ ପ୍ଲାଜମା ଦାନ ଦ୍ୱାରା ୪ ଜଣ ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିବ । ବିଜୁ ଜନତା ଦଳ ପକ୍ଷରୁ ଏହି ଦୁଇ ଯୁବକଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରାଯିବା ସହ ଯୁବକ ଦ୍ୱୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକଙ୍କ ୱେସ୍କୋ ପ୍ରତିନିଧି ଶ୍ରୀଚରଣ ସାମଲ, ସୁଶାନ୍ତ ରାଉତଙ୍କ ସମେତ ଅନ୍ୟ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking