34.1 C
Bhubaneswar
Friday, March 29, 2024
Homeଓଡିଶାଡ୍ୟାମ୍‌ରେ ବୁଡ଼ି ମାଇଁ ଭାଣିଜୀ ମୃତ

ଡ୍ୟାମ୍‌ରେ ବୁଡ଼ି ମାଇଁ ଭାଣିଜୀ ମୃତ

ଭୁବନେଶ୍ୱର : ଡ୍ୟାମ୍‌ରେ ବୁଡ଼ି ମାଇଁ ଭାଣିଜୀ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି, ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଡ଼ାଢ଼ି ଗ୍ରାମରେ । ମୃତକ ଦ୍ୱୟ ହେଲେ ମାଇଁ ଏବନୀ ମଣ୍ଡଳ ଓ ଭାଣିଜୀ ଇସ୍ପାଞ୍ଜଳୀ ଶବର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ମାଇଁ ଏବନୀଙ୍କ ସହ ଇସ୍ପାଞ୍ଜଳୀ ଗାଁ’ ନିକଟସ୍ଥ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ । ହେଲେ ଏହି ସମୟରେ ଇସ୍ପାଞ୍ଜଳୀଙ୍କ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଏହାପରେ ଏବନୀ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ସେମାନେ ଘରକୁ ଫେରିବାର ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଏ ନେଇ ଆଜି ସକାଳେ ପୁଲିସକୁ ଜଣାଇଥିଲେ । ଖବର ପାଇ ପୁଲିସ ମୋହନା ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଆଜି ଉଭୟ ମାଇଁ ଭାଣୀଜିଙ୍କ ମୃତ ଦେହ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି । ଏ ନେଇ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking