26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଅତର୍କିତ ଆକ୍ରମଣରେ ୨ ଗୁରୁତର : ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର

ଅତର୍କିତ ଆକ୍ରମଣରେ ୨ ଗୁରୁତର : ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନ୍‌ଦାହାଡ଼ା ଚାଲିଛି ଗୁଣ୍ଡାରାଜ୍‌ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସହରର କଂସାରୀପଡ଼ା ମଦନଗୁଡ଼ିଆ ବଗିଚା ନିକଟସ୍ଥ ଇଂରାଜୀ ମଦ ଦୋକାନ ସାମ୍ନାରେ । ସ୍ପଷ୍ଟ ଦିବାଲୋକରେ ତଥା ଜନସାଧାରଣଙ୍କ ଜୋର୍‌ସୋର୍‌ ଯାତାୟତ ଭିତରେ ଅତର୍କିତ ଆକ୍ରମଣ ହୋଇଛି ଦୁଇ ଜଣ ଯୁବକଙ୍କ ଉପରେ । ଆଖପାଖ ଅଂଚଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଏଭଳି ନୃଶଂସ ଆକ୍ରମଣକୁ ଦେଖି ଲୋକେ ଛାନିଆଁ ହୋଇ ଯାଇଛନ୍ତି ।
ସୂଚନା ଅନୁସାରେ ସ୍ଥାନୀୟ ଇନ୍ଦିରାନଗରର ତୁଷାର ପାଢ଼ୀ(୨୧) ଏବଂ ଗରିବ ପାଣ୍ଡେ(୨୭)ଙ୍କୁ ଉପରୋକ୍ତ ସ୍ଥାନରେ ଦେଖି ୧୦ରୁ ୧୨ ଜଣ ଲୋକ ବିଭିନ୍ନ ମାରଣାସ୍ତ୍ର ଓ ଇଟା, ପଥର ସାହାଯ୍ୟରେ ଆକ୍ରମଣ କରିଥିବା ବେଳେ ସଂପୃକ୍ତ ଦୁଇ ଜଣ ଯୁବକ ଲହୁଲହାଣ ହୋଇ ପଡ଼ି ଯାଇଥିଲେ । କୌଣସି ସୂତ୍ରରୁ ଆଦର୍ଶ ଟାଉନ୍‌ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚିବା ସହ ଗୁରୁତର ଆହତ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ପ୍ରବଳ ରକ୍ତସ୍ରାବ ତଥା ଆଘାତ ଯୋଗୁଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ହେତୁ ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନା ରେଫର୍‌ କରାଯାଇଥିବା ଜଣାପଡ଼ିଛି । ଆହତ ତୁଷାର ପାଢ଼ୀର ଅବସ୍ଥା ବେଶୀ ଗୁରୁତର ରହିଥିବା କୁହାଯାଉଛି । ଶୁଣିବାକୁ ମିଳୁଛି ଯେ, ପୂର୍ବରୁ ଲାଗିଥିବା କଳହ ଯୋଗୁଁ ଆଜି ଏଭଳି କାଣ୍ଡ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking