32.1 C
Bhubaneswar
Thursday, March 28, 2024
Homeବିଜିନେସ୍ଦୁଇ ସପ୍ତାହ ପରେ ୧୬ ହଜାର ପଏଣ୍ଟରେ ନିଫ୍‌ଟି

ଦୁଇ ସପ୍ତାହ ପରେ ୧୬ ହଜାର ପଏଣ୍ଟରେ ନିଫ୍‌ଟି

ନୂଆଦିଲ୍ଲୀ: ବିଫଳତା ଧାରାକୁ ପଛରେ ପକାଇ ନିବେଶକଙ୍କୁ ଲାଭବାନ କରିଛି ଭାରତୀୟ ପୁଞ୍ଜିବଜାର । ସେନ୍‌ସେକ୍ସ ୧୩୪୫ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟି ୪୧୭ ପଏଣ୍ଟ ଉପରକୁ ଉଠିଛି । ଏଲ୍‌ଆଇସି ଶେୟାର ଲିଷ୍ଟ ହେବା ସହିତ ଭାରତୀୟ ଶେୟାର ବଜାର ଉପରକୁ ଉଠିବାରେ ସହାୟକ ହୋଇଥିଲା । ଏଲ୍‌ଆଇସି ଶେୟାର ତଳୁଆ ରହିଥିଲେ ହେଁ ଶେୟାର ବଜାର ଉପରକୁ ଉଠିଥିଲା। ୩୦ ଶେୟାର ବିଏସ୍‌ଇ ସେନସେକ୍ସ ୧୩୪୫ ପଏଣ୍ଟ ଉପରକୁ ଉଠି ୫୪୩୧୮ ପଏଣ୍ଟରେ ପହଞ୍ଚିଛି । ଅନ୍ୟ ପକ୍ଷରେ ନିଫ୍‌ଟି ୪୧୭ ପଏଣ୍ଟ ଉପରକୁ ଉଠି ୧୬୨୫୯ ପଏଣ୍ଟରେ ରହିଛି । ନିଫ୍‌ଟି ମିଡ୍ କ୍ୟାପ୍‌-୧୦୦ ଶେୟାର ଗୁଡିକ ୨.୭୩ ପ୍ରତିଶତ ଉପରକୁ ଉଠିଥିବ ବେଳେ ସ୍ମଲ୍ କ୍ୟାପ୍ ଶେୟାର ୩.୩୬ ପ୍ରତିଶତ ଉପରକୁ ଉଠିଛି ।

ଆଇଟି, ଅଟୋ, ଅଏଲ୍ ଆଣ୍ଡ ଗ୍ୟାସରେ ପଞ୍ଜୀକୃତ ୧୫ଟି ଲେଖାଏଁ କମ୍ପାନୀ ମଧ୍ୟରୁ ୧୦ଟି ଶେୟାର ଭଲ ପ୍ରଦର୍ଶନ କରିଥିଲେ । ନିଫ୍‌ଟି ମେଟାଲ ଓ ଅଏଲ୍ ଆଣ୍ଡ ଗ୍ୟାସରେ ଶେୟାର ଯଥାକ୍ରମେ ୬.୮୬ ଓ ୩.୬୮ ପ୍ରତିଶତ ବଢିଥିଲା । ନିଫ୍‌ଟିରେ ବିପିସିଏଲ୍‌ର ଅଂଶଧନ ମୂଲ୍ୟ ସର୍ବାଧିକ ୪.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଟାଟା ମୋଟର୍ସ, ଶ୍ରୀ ସିମେଣ୍ଟ ପ୍ରମୁଖ ନିବେଶକଙ୍କୁ ଲାଭ ଦେଇଛନ୍ତି । ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୨୬୨୭ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ମାତ୍ର ୭୧ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା । ୩୦ ଶେୟାର ବିଏସ୍‌ଇ ସେନସେକ୍ସରେ ଟାଟା ଷ୍ଟିଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଆଇଟିସି ଓ ୱିପ୍ରୋର ଅଂଶଧନ ମୂଲ୍ୟ ବୃଦ୍ଧି ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking