34.1 C
Bhubaneswar
Friday, March 29, 2024
Homeଓଡିଶାରେଳ ଧାରଣାରୁ ମିଳିଲା ଯୁବକ ଓ ମହିଳାଙ୍କ ମୃତଦେହ

ରେଳ ଧାରଣାରୁ ମିଳିଲା ଯୁବକ ଓ ମହିଳାଙ୍କ ମୃତଦେହ

ଅନୁଗୋଳ : ତାଳଚେର-ସମ୍ବଲପୁର ରେଳପଥର ବଇଣ୍ଡା ରେଳ ଧାରଣା ନିକଟରେ ଆଜି ୨ଟି ମୃତଦେହକୁ ରେଳବାଇ ପୋଲିସ ଜବତ କରିଛି । ପୋଲିସ ତଦନ୍ତ ଜାରି ରହିଛି । ସୂଚନାନୁଯାୟୀ, ଆଠମଲ୍ଲିକ ଉପଖଣ୍ଡ ମଧ୍ୟ ଦେଇ ଯାଇଥିବା ତାଳଚେର ସମ୍ବଲପୁର ରେଳପଥର ବଇଣ୍ଡା ରେଳଷ୍ଟେସନ ନିକଟସ୍ଥ ଜାମୁନାଳି ରେଳ ଧାରଣା ନିକଟରେ ଆଜି ଜଣେ ଯୁବକ ଓ ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । କେଉଁ କାରଣରୁ ଏପରି ଘଟିଥିବା ଜଣା ପଡ଼ିନଥିଲେ ମଧ୍ୟ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଉଭୟ ମୃତକଙ୍କ ପରିଚୟ ମିଳିନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ଠାକୁରଗଡ଼ ଥାନା ଅଞ୍ଚଳର ପାଇକସାହି ଓ ମହିଳା ଜଣକ କନ୍ତପଡ଼ା ଗ୍ରାମର ବୋଲି ଅନୁମାନ କରାଯାଉଛି । ଏ ସଂକ୍ରାନ୍ତରେ ରେଳବାଇ ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking