24.1 C
Bhubaneswar
Sunday, December 7, 2025
Homeଓଡିଶାଦୁଇଜଣ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୩ ଗିରଫ

ଦୁଇଜଣ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୩ ଗିରଫ

ମୟୂରଭଞ୍ଜ: ଯାତ୍ରା ଦେଖି ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ଗଣଦୁଷ୍କର୍ମର ଶିକାର ହେଲେ ଜନଜାତି ନାବାଳିକା। ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l ସୂଚନା ଅନୁଯାୟୀ, ନଳଗଜା ଗ୍ରାମରେ ଚଳିତ ଅକ୍ଟୋବର ୨୨ ତାରିଖ ବୁଧବାର ଦିନ ଯାତ୍ରା ପରିବେଷଣ ହେଉଥିଲା l ଉକ୍ତ ଥାନା ଅଞ୍ଚଳର ୨ ଜଣ ଆଦିବାସୀ ନାବାଳିକା ଯାତ୍ରା ଦେଖି ସ୍କୁଟି ଯୋଗେ ରାତି ପ୍ରାୟ ୧ଟା ସମୟରେ ୨ ଜଣ ପୁରୁଷ ବନ୍ଧୁଙ୍କ ସହିତ ଘରକୁ ଫେରୁଥିବା ସମୟରେ ସେହି ଥାନା ଅଞ୍ଚଳର ପାଞ୍ଚଜଣ ଯୁବକ ମଧୁରିଆ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ତେବେ ନାବାଳିକାଙ୍କ ଦୁଇ ବନ୍ଧୁ ଏହାର ପ୍ରତିବାଦ କରିବାରୁ ଉକ୍ତ ୫ଜଣ ଯୁବକ ସେମାନଙ୍କୁ ମାପିଟ କରିବା ସହିତ ମୋବାଇଲ ଫୋନ ଛଡାଇ ନେଇଥିଲେ । ତେବେ ମନ୍ଦ ଉଦ୍ଦେଶ୍ୟ ନେଇ ଆସିଥିବା ଯୁବକମାନଙ୍କ ମନ ଏତିକିରେ ମାନିଲା ନାହିଁ । ଏହାପରେ ଉକ୍ତ ଦୁଇଜଣ ନାବାଳିକାଙ୍କୁ ପାଞ୍ଚଜଣ ଯୁବକ ତିନୋଟି ବାଇକରେ ଜୋର ଜବରଦସ୍ତ ବସାଇ ସ୍ଥାନୀୟ ଟିକପଦା କେନାଲକୁ ନେଇ ଧର୍ଷଣ କରିଥିଲେ l

ତେବେ ଗଣଦୁଷ୍କର୍ମ ପରେ ଏ ଘଟଣା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ଦେଇ ନଳଗଜା କଲେଜ ପଡିଆ ନିକଟରେ ଛାଡି ପଳାଇଥିଲେ l ଏନେଇ ପୀଡ଼ିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି l ଘଟଣାସ୍ଥଳରେ ବେତନଟି ଏସଡିପିଓ ମିନତୀ ବିଶ୍ୱାଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଯୁବକଙ୍କୁ ପୋଲିସ ଗିରଫ କରି ଅଧିକ ପଚରାଉଚୁରା କରୁଛି l ଗିରଫ ତିନିଜଣ ହେଲେ ପୁର୍ଣ୍ଣଚନ୍ଦ୍ରପୁର ଗ୍ରାମର ରତନ କୁମାର ଦତ୍ତ, ନଳଗଜା ଅଞ୍ଚଳର ରାଜ କୁମାର ଦାସ ଓ ଦିବ୍ୟାଂଶୁ ବେହେରା ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଜଡ଼ିତ ଅନ୍ୟମାନେ ଫେରାର ହୋଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛି ପୋଲିସ। ମାତ୍ର ମୋରଡ଼ା ଓ ରାସଗୋବିନ୍ଦପୁର ଥାନା ଅଧୀନରେ ଅନେକ ଚୋରୀ ଓ ହତ୍ୟା ଘଟଣା ଘଟି ଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking