38.1 C
Bhubaneswar
Tuesday, April 23, 2024
Homeଅପରାଧନାବାଳିକାଙ୍କ ଆଖି ବାହାର କରି ନଦୀରେ ଫୋପାଡ଼ିଲେ ର୍ଦୁବୁତ୍ତ

ନାବାଳିକାଙ୍କ ଆଖି ବାହାର କରି ନଦୀରେ ଫୋପାଡ଼ିଲେ ର୍ଦୁବୁତ୍ତ


ଉତ୍ତରପ୍ରଦେଶ: ଫତେପୁର ଠାରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ ଗାଁ ବାହାରେ ଏକ ନଦୀରୁ ମିଳିଛି । ଏହି ଘଟଣାରୁ ଫତେପୁର ଜିଲ୍ଲାରେ ଆତଙ୍କ ଖେଳିଯାଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର କହିବା ଅନୂସାରେ ଦୁଇ ଭଉଣୀଙ୍କ ମୃତ ଶରୀରରେ ଏକ ଧାରୁଆ ଅସ୍ତ୍ରରେ ଆଘାତ କରିବା ସହ ମୁଣ୍ଡ ଓ କାନରେ ଗଭୀର କ୍ଷତ ଦେଖାଯାଇଥିଲା । ଓ ଦୁଇ ନାବାଳିକା ଭଉଣୀଙ୍କ ଗୋଟିଏ ଲେଖାଏଁ ଆଖି ତାଡ଼ି ନିଆଯାଇଥିଲା ।
ଏହି ଘଟଣା ପରେ ପରିବାର ଲୋକେ ଏହାକୁ ଦୁଷ୍କର୍ମ ପରେ ହତ୍ୟା ବୋଲିି ସନ୍ଦେହ କରି ପୋଲିସରେ ଏତଲା ଦେଇଥିଲେ । ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିବା ସହ ଏହା ଏକ ଦୁଷ୍କର୍ମ ଘଟଣା ନେୁହଁ ବୋଲି କହି ପରିବାରଙ୍କୁ ବିିରୋଧ କରିଥିଲେ ।
ପରିବାର ଲୋକଙ୍କ କହିବା ଅନୂସାରେ ଦୁଇ ଭଉଣୀ ବିଲକୁ ଚଣା ଶାଗ ଆଣିବାକୁ ଯାଇଥିଲେ ଆଉ ଫେରିନଥିଲେ । ପୋଲିସ ଆସି ମୃତ ଦେହକୁ ପାଖ ଗାଁ ନଦୀରୁ ଉଦ୍ଧାର କରିଥିଲ । । ଉଦ୍ଧାର ପରେ ଦୁଇ ଭଉଣୀଙ୍କ ହାତ ପଛପଟେ ବନ୍ଧା ହୋଇଥିବା ଦେଖାଯାଇଥିଲା । ତେଣୁ ଏହା ଦୁଷ୍କର୍ମ ପରେ ହତ୍ୟା ବୋଲି ପରିବାର ଲୋକ ଆଶଙ୍କା କରୁଛନ୍ତି । ତେଣୁ ପୋଲିସ ଏବେ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking