28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରତ୍ନ ପଥର ଜବତ ଅଭିଯୋଗରେ ଆଉ ଦୁଇ ଗିରଫ

ରତ୍ନ ପଥର ଜବତ ଅଭିଯୋଗରେ ଆଉ ଦୁଇ ଗିରଫ

ରାୟଗଡା : ରାୟଗଡା ସହର ଜଗନ୍ନାଥ କମ୍ପ୍ଲେକ୍ସ ରୁ ରତ୍ନ ପଥର ଜବତ ଘଟଣା ରେ ପୋଲିସ ଆଉ ଦୁଇଜଣ କୁ ଗିରଫ କରିଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣ ହେଲେ ବୌଦ୍ଧ ଜିଲ୍ଲାର ରାଧାମୋହନ ମହାନା ଏବଂ ରାୟଗଡା ଜିଲ୍ଲା ମୁନିଗୁଡାର ସୁବାଷ ରତ୍ନାଲୁ। ରାଧାମୋହନ ପେଶାରେ ଜଣେ ଶିକ୍ଷକ।ଗତ 7 ତାରିଖ ଦିନ ରାୟଗଡା ସହର ଜଗନ୍ନାଥ କମ୍ପ୍ଲେକ୍ସ ରୁ କ୍ରାଇମବ୍ରାଞ୍ଚ ଏସ ଟି ଏଫ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଜିତେନ୍ଦ୍ର ବେହେରା ନାମକ ଏକ ବ୍ୟକ୍ତି ଙ୍କ ଘରୁ ପ୍ରାୟ 151 କୁଇଣ୍ଟାଲ ରତ୍ନ ପଥର ଜବତ କରିଥିବା ବେଳେ ଅଭିଯୁକ୍ତ ଜିତେନ୍ଦ୍ର କୁ ଗିରଫ କରିଥିଲେ । ଏହି ଘଟଣା ରେ ଜଡିତ ଥିବା ଦୁଇ ଜଣଙ୍କୁ ପୁଣି ଗିରଫ କରିଥିବା ସହ ଅଧିକ ତଦନ୍ତ ଜାରି ରଖିଥିବା ରାୟଗଡା ଏସ ପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking