33.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାରାଜ୍ୟରେ ଆଉ ଦୁଇ କରୋନା ପଜେଟିଭ ଚିହ୍ନଟ

ରାଜ୍ୟରେ ଆଉ ଦୁଇ କରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଆଉ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଥମ ରୋଗୀ ଜଣକ ଢେଙ୍କାନାଳର ଜଣେ ୫୧ ବର୍ଷୀୟା ମହିଳା ହୋଇଥିବା ବେଳେ ଆଉ ଜଣେ ପଶ୍ଚିମବଙ୍ଗର ୬୯ ବର୍ଷୀୟ ବ୍ୟକ୍ତି । ଯିଏ ସିଧାସଳଖ ଆମ୍ବୁଲାନ୍ସ ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସିତ ପାଇଁ ଆସିଥିଲେ । ଏବେ ତାଙ୍କ ଦେହରେ କରୋନା ପଜେଟିଭ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତମାନ ଦ୍ୱିତୀୟ ବ୍ୟକ୍ତି ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି । ସେ କେବେଠାରୁ ଆସି ଏଠାରେ ରହିଛନ୍ତି, ତାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଂଚିଛି । ତେବେ ଢେଙ୍କାନାଳରେ ଜଣେ କରୋନା ରୋଗୀ ଚିହ୍ନଟ ପରେ ଏଜ ନୂଆ ଜିଲ୍ଲାକୁ କରୋନା ସଂକ୍ରମିତ କରିଥିବା କୁହାଯାଇପରେ । ଏହାପରେ ସରକାର ହୁଏତ ଢେଙ୍କାନାଳର କିଛି ଅଂଚଳକୁ ସିଲ କରିପାରନ୍ତି ।
https://onakhabar.com/2020/04/09/lock-down-in-odisha-extended-to-april-30/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking