ଭୁବନେଶ୍ୱର: ପିଛା ଛାଡୁନି ମହାମାରୀ କରୋନା । କରୋନା ମୁକ୍ତ ଘୋଷଣା ହେବାର ମାତ୍ର କେଇଘଣ୍ଟା ପରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା । ଆଜି ଚିହ୍ନଟ ହୋଇଥିବା ୧୦୨ ପଜେଟିଭଙ୍କ ମଧ୍ୟରୁ ଭୁବନେଶ୍ୱରର ୨ ଜଣ ରହିଥିବା ସୂଚନା ମିଳିଛି । ତେବେ, ଚିହ୍ନଟ ୨ ଜଣ ଲୋକାଲ କେସ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ୱର କରୋନାମୁକ୍ତ ଘୋଷଣା ହୋଇଥିଲା । ବାକି ରହିଥିବା ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଭୁବନେଶ୍ୱରକୁ କରୋନା ମୁକ୍ତ ଭାବେ ଘୋଷଣା କରାଯାଇଥିଲା । ଯାହାକୁ ନେଇ ରାଜ୍ୟବାସୀ ଆଶ୍ୱସ୍ତି ଲାଭ କରିଥିଲେ । ହେଲେ ଏବେ ପୁଣି ୨ ପଜେଟିଭ ଚିହ୍ନଟ ହେବା କେଉଁଠି ନା କେଉଁଠି ରାଜଧାନୀବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇଛି ।
https://onakhabar.com/2020/05/19/102-corona-positive-identified-in-odisha/