26.1 C
Bhubaneswar
Friday, March 29, 2024
Homeଅପରାଧସନ୍ଦେହରେ ଯୁବକକୁ ପିଟିପିଟି ମାରିଦେଲେ

ସନ୍ଦେହରେ ଯୁବକକୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀର ସୋନିଆ ବିହାରରେ ଏକ ହତ୍ୟା ମାମଲା ସାମନାକୁ ଆସିଛି । ପୋଲିସର କହିବା ଅନୂସାରେ ଗିରଫ ହୋଇଥିବା ଆରୋପୀ ୨ ଜଣ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିକୁ ଏତେ ଜୋରରେ ମାରିଛନ୍ତି ଯେ ତାର ମୃତ୍ୟୁ ହୋଇଯାଇଛି । ମାରିସାରିବା ପରେ ବ୍ୟକ୍ତି ଜଣକ ଶବକୁ ଏକ ଖାଲି ଯାଗାରେ ଫୋପାଡି ଦେଇଥିଲେ ଓ ବ୍ୟକ୍ତିର କପଡାକୁ ଅନ୍ୟ ଏକ ଯାଗାରେ ଫୋପାଡି ଦେଇଥିଲେ । ପରେ ଘଟଣା ସ୍ଥଳରେ ଗାଡି ରଖି ପଳାଇ ଯାଇଥିଲେ । ପୋଲିସ ଦ୍ୱାରା ଗିରଫ ହୋଇଥିବା ଆରୋପିଙ୍କ ନାମ ପ୍ରବିଣ ଓ ମନଜିତ ବୋଲି ଜଣାପଡଇଛି । ୨୬ ଡ଼ିସେମ୍ବର ସକାଳେ ୭ ଟା ବେଳକୁ ଜଣେ ଅଚିହା୍ନ ଯୁବକ ସୋନିଆ ବିହାର ଥାନାକୁ ଫୋନକରି କହିଥିଲା କି ମିଲନ ଗାର୍ଡେ଼ନ ପାର୍କରେ ଗୋଟିଏ ସୁନସାନ ସ୍ଥାନରେ ଜଣେ ବ୍ୟକ୍ତି ମୁର୍ମୁଶୁ ଅବସ୍ଥ।।ରେ ପଡ଼ିଛି । ଖବର ଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣକୁ ମେଡ଼ିକାଲ ନେଇଥିଲ । ସେଠି ଡ଼ାକ୍ତର ବ୍ୟକ୍ତିକୁ ମୃତ ଘୋଷଣା କରିଥିଲେ ।
ଯାଞ୍ଚ କରୁଥିବା ପୋଲିସକୁ ପାଖ ଆଖରୁ କୌଣସି ପ୍ରମାଣ ମିଳିନଥିଲ । ମୃତକ ଜଣକ କପଡ଼ା ଘଟଣା ସ୍ଥଳରୁ ୧୦୦ ମିଟର ଦୁରରୁ ମିଳିଥିଲ । କିନ୍ତୁ ସେଠାରୁ ମଧ୍ୟ ପୋଲିସକୁ କୌଣସି ପ୍ରମାଣ ମିଳିପାରିନଥିଲା । ପରେ ପରେ ସେହି ସ୍ଥାନର ସିସିଟିଭି କ୍ୟମେରାକୁ ଯାଞ୍ଜ କରାଯାଇଥିଲ ଓ ବିଭିନ୍ନ ଯାଗାରେ ତନାଘନା କରାଯାଉଥିଲା । ଏହା ପରେ ପୋଲିସକୁ ଜଣାପଡ଼ିଥିଲାଯେ ମୃତକ ବ୍ୟକ୍ତିର ନାମ ସୁନୀଲ ବର୍ମା । କେଉଁ ଉଦ୍ଦେଶ୍ୟରେ ତାର ହତ୍ୟା କରାଯାଇଥିଲା । ତାହା ସ୍ପଷ୍ଟ ହୋଇପାରିନାହିଁ ।
ସିସିଟିଭି ଫୁଟେଜ ଯାଞ୍ଚ ପରେ ପୋଲିସ ସେହିଦିନ ଯାତାୟାତ କରିଥିବା ଗାଡ଼ି ଗୁଡ଼ିକୁ ନଜର ରଖିଥିଲା ଓ ବାରମ୍ବାର ଯାତାୟାତ କରିଥିବା ଗାଡ଼ି ମାନଙ୍କ ଭିତରୁ ପ୍ରବିଣ ଓ ମନଜିତକୁ ଗିରଫ କରିଥିଲ । ଥାନାକୁ ନେଇ ପଚାରା ଉଚରା କରିବାରୁ ସେହି ୨ ଜଣ ପୋଲିସକୁ ସବୁ ଘଟଣା ବଖାଣି ଥିଲେ । ଆରେପୀମାନେ ପୋଲିସକୁ କହିଥିଲେ ଯେ ୨୫ ଓ ୨୬ ଡ଼ିସେମ୍ବର ରାତିକୁ ସେହି ଦୁଇଜଣ ନିଜ ଗାଡ଼ିରେ ଏକ ସୁନସାନ ସ୍ଥାନରେ ବସି ମଦ ପିଉଥିଲେ । ସେଠି ସୁନିଲ ବର୍ମା ନାମକ ବ୍ୟକ୍ତି ଜଣକ ବୁଲୁଥିଲା । ତାକୁ ଦେଖି ଚୋର ବୋଲି ଆଶଙ୍କା ଉପୁଜିଥିଲା । ଏହା ପରେ ଦୁଇ ଜଣ ଯାକ ସୁନିଲକୁ ନିଜ ଗାଡ଼ିରେ ବସାଇ ତା’ ସହ ମାରପିଟ କରିଥିଲେ । ଏହା ପରେ ଗାଡ଼ିରୁ ବାହାର କରି ତାକୁ ଲାଠି ଓ ବାଡ଼ିରେ ମାରିବାକୁ ଲାଗିଥିଲେ । ଏହି ମାରପିଟରେ ଘଟଣା ସ୍ଥଳରେ ସୁନିଲର ମୃତ୍ୟୁ ଘଟିଥିଲା ।  ଏହାପରେ ଦୁଇ ଜଣ ସୁନିଲର ଶବକୁ ଏକ ସୁନସାନ ସ୍ଥାନରେ ପକାଇଦେଇଥିଲେ ଓ ଫେରାର ହୋଇଯାଇଥିଲେ । ପୋଲିସ ୩୬ ଘଣ୍ଟାର ତନାଘନା ପରେ ଦୁଇ ଆରେପୀଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking