34.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଦୁର୍ଘଟଣାରୁ ବର୍ତ୍ତିଲା ୨ ଇଣ୍ଡିଗୋ ବିମାନ : ଡିଜିସିଏ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ଦୁର୍ଘଟଣାରୁ ବର୍ତ୍ତିଲା ୨ ଇଣ୍ଡିଗୋ ବିମାନ : ଡିଜିସିଏ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁରୁ : ମଝି ଆକାଶରେ ଇଣ୍ଡିଗୋ ଏୟାରଲାଇନ୍ସର ଦୁଇଟି ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଘଟଣାଟି ଜାନୁଆରୀ ୭ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଘଟିଥିଲା । ତେବେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ଅଧ୍ୟକ୍ଷ ଅରୁଣ କୁମାର ସାମ୍ବାଦିକଙ୍କୁ କହିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଜାନୁଆରୀ ୭ ସକାଳେ ଇଣ୍ଡିଗୋ ଏୟାରଲାଇନ୍ସର ଦୁଇଟି ବିମାନ ଏକ ସମୟରେ ବେଙ୍ଗାଲୁରୁରୁ ଉଡାଣ ଭରିଥିଲେ । ମଝି ଆକାଶରେ ଦୁଇଟି ବିମାନ ପରସ୍ପରର ଅତି ନିକଟତର ହୋଇଥିବାବେଳେ ଏଟିସି କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବଡ ଧରଣର ଦୁର୍ଘଟଣା ଟଳିଯାଇଥିଲା ।

ଏଥିମଧ୍ୟରୁ ଗୋଟିଏ ବିମାନ ବେଙ୍ଗାଲୁରୁରୁ କୋଲକାତା ଓ ଅନ୍ୟ ବିମାନଟି ବେଙ୍ଗାଲୁରୁରୁ ଭୁବନେଶ୍ୱର ଯାତ୍ରା କରୁଥିଲା । ବେଙ୍ଗାଲୁରୁ ଏୟାରପୋର୍ଟରେ ୨ଟି ରନୱେ ଯଥା ନର୍ଥ ଓ ସାଉଥ୍ କାର୍ଯ୍ୟ କରୁଛି । ଏୟାରପୋର୍ଟର ନର୍ଥ ରନ୍‌ୱେରେ ଆକାଶକୁ ଉଠୁଥିବା ବିମାନର ଉଡାଣକୁ ଏବଂ ସାଉଥ୍ ରନୱେରେ ବିମାନର ଅବତରଣକୁ ଅନୁମତି ଦିଆଯାଇଥାଏ । ତେବେ ରନୱେ ଦାୟିତ୍ୱରେ ଥିବା କର୍ମଚାରୀ ସେଦିନ ଉଭୟ ଉଡାଣ ଓ ଅବତରଣ ପାଇଁ କେବଳ ଗୋଟିଏ ରନୱେ (ନର୍ଥ) ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ । ସାଉଥ୍ ରନୱେକୁ ବନ୍ଦ ରଖାଯାଇଥିଲେ ସୁଦ୍ଧା ଏହାର ଦାୟିତ୍ୱରେ ଥିବା କଣ୍ଟ୍ରୋଲ ଟାୱାର କର୍ମଚାରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା ।

ସାଉଥ୍ ରନ୍‌ୱେ କର୍ମଚାରୀ କୋଲକାତାଗାମୀ ବିମାନର ଉଡାଣକୁ ଅନୁମତି ଦେଇଥିବାବେଳେ ସେହି ସମୟରେ ନର୍ଥ ରନ୍‌ୱେ କର୍ମଚାରୀ ଭୁବନେଶ୍ୱରଗାମୀ ବିମାନକୁ ମଧ୍ୟ ଉଡାଣ ଅନୁମତି ଦେଇଥିଲେ । ଦୁଇ ରନ୍‌ୱେ କର୍ମଚାରୀଙ୍କ ମଧ୍ୟରେ କୌଣସି ସମନ୍ୱୟ ନଥିଲା । ଫଳରେ ଆକାଶକୁ ପ୍ରାୟ ୩୦୦୦ ଫୁଟ ଉଠିବାର କିଛି ସମୟ ମଧ୍ୟରେ ଦୁଇଟି ବିମାନ ପରସ୍ପର ସମ୍ମୁଖକୁ ଆସିଯାଇଥିଲେ । ତତ୍‌କ୍ଷଣାତ ରାଡାର କଣ୍ଟ୍ରୋଲ ରୁମ୍ ଏହି ତ୍ରୁଟିକୁ ପରିଲକ୍ଷିତ କରି ଉଭୟ ପାଇଲଟ୍‌ଙ୍କୁ ନିଜର ଡାହାଣପଟକୁ କଟିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଦୁଇଟି ବିମାନରେ ଥିବା ୪୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking