27.1 C
Bhubaneswar
Thursday, April 25, 2024
Homeଅପରାଧଦୁଇ ଛେଳି ଚୋରଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ

ଦୁଇ ଛେଳି ଚୋରଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ

କେନ୍ଦୁଝର : ଛେଳି ଚୋରଙ୍କୁ ଟ୍ରାଫିକ୍ ପୋଷ୍ଟରେ ବାନ୍ଧି ମାଡ଼ ମାରିଛନ୍ତି ଗ୍ରାମବାସୀ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପଶି କାଶୀପୁର ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କାଶୀପୁର ଗ୍ରାମରୁ ଛେଳି ଚୋରାଇବାକୁ ଉଦ୍ୟମ କରୁଥିବା ବେଳେ ପାଞ୍ଚ ଜଣ ଚୋରଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଏଥିରେ ଦୁଇ ଜଣ ଖସି ପଳେଇବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମର ଟ୍ରାଫିକ୍ ପୋଷ୍ଟରେ ଅନ୍ୟ ଦୁଇ ଜଣ ଛେଳିଚୋରଙ୍କୁ ବାନ୍ଧି ନିର୍ଧୂମ ଛେଚିଛନ୍ତି ଗ୍ରାମବାସୀ । ଏଥିରୁ ଜଣକୁ ଘର ଭିତରେ ବାନ୍ଧି ରଖିଥିଲେ ଗ୍ରାମବାସୀ । ସୂଚନା ଯୋଗ୍ୟଯେ ପୂର୍ବରୁ ଏ ଅଞ୍ଚଳରେ ଅନେକ ଲୋକଙ୍କ ଛେଳିଚୋରୀ ହୋଇଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ଉକ୍ତ ତିନି ଜଣ ଙ୍କୁ ଗ୍ରାମବାସୀ ଙ୍କ ଠାରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking