37.1 C
Bhubaneswar
Thursday, March 28, 2024
Homeଓଡିଶାଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ଶିଶୁକନ୍ୟା ମୃତ

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ଶିଶୁକନ୍ୟା ମୃତ

ମାଲକାନଗିରି: ଖେଳୁଥିବା ସମୟରେ ପୋଖରୀରେ ଗୋଡ ଖସି ଦୁଇ ଶିଶୁଙ୍କର ଅକାଳ ବିୟୋଗ ହୋଇଛି । ଘଟଣାଟି ଘଟିଛି ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର ମଙ୍ଗ ଗ୍ରାମରେ । ଏହି ଗ୍ରାମରେ ବାସ କରୁଥିବା ଅମ ପଡିଆମିଙ୍କ ଦୁଇ ଝିଅ ରାଜେଶ୍ୱରୀ ପଡିଆମି(୬) ଏବଂ ଶିବାନୀ ପଡିଆମି(୩) ପୋଖରୀ ନିକଟରେ ଖେଳୁଥିବା ସମୟରେ ହଠାତ୍ ଗୋଡ ଖସିଯିବା ଫଳରେ ପାଣିରେ ବୁଡ଼ି ଯାଇଥିଲେ । ଦୁହେଁ ବଞ୍ଚିବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳେ ସେଠାରେ କେହି ଉପସ୍ଥିତ ନଥିଲେ । ପରେ ସ୍ଥାନୀୟ ଲୋକେ ଖବର ପାଇ ପୋଖରୀରୁ ଦୁଇ ଝିଅଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ସମିତି ସଭ୍ୟ ଡାନିୟାଲ ପୋଟଲା ଏହି ଖବର ପାଇବା ପରେ ଗ୍ରାମବାସୀ ଏବଂ ପରିବାର ଲୋକଙ୍କୁ ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୁଇଝିଅର ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking