31.1 C
Bhubaneswar
Tuesday, April 23, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ସଇଁନ୍ତଳା: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଆଜି ଭୋର ୫ଟାରେ ଏକ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ମୃତ ବ୍ୟକ୍ତି ଜଣକ ହେଲେ ଶିଶକେଲା ଗ୍ରାମର ସୁବଳ ସାହୁ (୪୩) ,ବଡ଼ ମୁଡ଼ିଆ ମାଝୀ (୬୨) ଓ ଗୁରୁତର ବ୍ୟକ୍ତି ଜଣକ ଦେବାଶିଷ ସାହୁ । ଘଟଣାସ୍ଥଳରେ ସଇଁତଲା ତହସିଲଦାର ଯୁଗେଶ୍ୱର ଧରୁଆ, ସଂଗ୍ରାମ କେଶରୀ ପଟ୍ଟନାୟକ, ବଡ଼ମାଳ ପୋଲିସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଥିଲେ । ସୂଚନା ମତେ ଶିଶକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ,ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ମିଶି ଅଟୋରେ କୁଇକେଡା ପଞ୍ଚାୟତର କଳାହାଣ୍ଡି ଛକର ବଜାରକୁ ଆସୁଥିଲେ । ସେହି ସମୟରେ ଜାତୀୟ ରାଜପଥ ୨୬ ଲୁହୁରାପାଳି ଠାରେ ଏକ ମାଲ ବୋଝେଇ ଟ୍ରକ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ଅଗ୍ନିଶମ ବିଭାଗ ପହଞ୍ôଚ ଗୁରୁତର ଦେବାଶିଷଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜକୁ ପଠାଇ ଦିଆଯାଇ ଥିବା ଜଣାପଡିଛି । ଅନ୍ୟପଟେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଜାତୀୟ ରାଜପଥ ୨୬ କୁ ପରିବାର ଲୋକେ ସମେତ ସ୍ଥାନୀୟ ଲୋକେ ଦୀର୍ଘ ୬ ଘଣ୍ଟା ଧରି କ୍ଷତିପୂରଣ ଦାବିରେ ଅବରୋଧ କରିଥିଲେ । ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ କ୍ଷତି ପୂରଣର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଦିଆଯାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking