29.1 C
Bhubaneswar
Thursday, April 25, 2024
Homeଓଡିଶାବଜ୍ରାଘାତରେ ଗଲା ୨ ଜୀବନ

ବଜ୍ରାଘାତରେ ଗଲା ୨ ଜୀବନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ବଜ୍ରାଘାତରେ ଦୁଇଜଣଙ୍କ ଜୀବନ ଯାଇଛି । ଦର୍ଲିପଡା ପଂଚାୟତ ହାତୀସରା ଗାଁ’ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରମିଳା ମାଝି (୧୫) ଏବଂ ଠିକପାଲି ପଂଚାୟତ ସଲଙ୍ଗୀପଡା ଗାଁ’ର ଭରତ ଶବର (୨୨) ପ୍ରାଣ ହରାଇଛନ୍ତି । ପୁଣି ରଜନା ଅଂଚଳର ୫ ଜଣ ଚାଷୀଙ୍କର ୬ ଟି ଗୋରୁ ବଜ୍ରାଘାତ ଯୋଗୁଁ ଟଳିପଡିଛନ୍ତି । ମୃତକ ପ୍ରମିଳା ଗାଁ’ ପୋଖରୀରୁ ଫେରୁଥିବା ସମୟର ଏ ଅଘଟଣ ଘଟିଥିବା ବେଳେ ଯୁବକ ଜଣକ ନିଜ ଚାଷ ଜମିରେ ଥାଇ ବଜ୍ରାଘାତର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, କୋମନା ବ୍ଲକର ବିଭିନ୍ନ ଅଂଚଳରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ହାତୀସରାର ରଂଜିତ ମାଝୀଙ୍କ ଦଶମ ପଢୁଆ ସାନଝିଅ ଦିନ ପ୍ରାୟ ୧୧ଟାରେ ସାଙ୍ଗମାନଙ୍କ ସହ ଗାଁ’ ପୋଖରୀକୁ ଗାଧୋଇ ଯାଇ ଫେରିବା ବେଳେ ବର୍ଷା ହେବାରୁୁ ଏକ ଗଛ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଉଦ୍ଧାର କରି ତରବୋଡ ଡାକ୍ତରଖାନା ଆଣିଥିଲେ । ହେଲେ ଡ. ଉମାକାନ୍ତ ମେହେର ମୃତ ଘୋଷଣା କରିଥିଲେ । ସେହିପରି ସଲଙ୍ଗିପଡାର ରାଜାରାମ ଶବରଙ୍କ ପୁଅ ଭରତ ମୁମ୍ବାଇ ଫେରନ୍ତା ପ୍ରବାସୀ ଶ୍ରମିକ । ସେ ନିକଟରେ ୭ ଦିନିଆ ସଂଗରୋଧ ସାରି ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ । ଘରୁ ନିଜ ଚାଷଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଏଥିସହ ରଜନାର ହରେରାମ ହାତୀଙ୍କ ୨ଟି, ଉଗ୍ରେସନ ସଗରିଆ, ବୀର କେତକୀ, ରଥୁରାମ ସଗରିଆ ଓ ଶିବରାମ ଶଗରିଆଙ୍କ ଗୋଟିଏ ଲେଖାଏଁ ବଳଦ ଗଛମୂଳରେ ଥିବାବେଳେ ବଜ୍ରପାତ ଘଟି ମୃତ୍ୟୁ ହୋଇଥିଲା । ପୁଲିସ ପ୍ରମିଳା ଓ ଭରତଙ୍କ ମୃତଦେହ ଜବତ କରି ବବ୍ୟଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking