31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦୁଇ ଦଶନ୍ଧି ପରେ ଫୁଲନ ଦେବୀଙ୍କ ଅପହର୍ତ୍ତା ଗିରଫ

ଦୁଇ ଦଶନ୍ଧି ପରେ ଫୁଲନ ଦେବୀଙ୍କ ଅପହର୍ତ୍ତା ଗିରଫ

ଭୋପାଳ: ଚମ୍ବଲ ଉପତ୍ୟକାର କୁଖ୍ୟାତ ଦସ୍ୟୁ ନାୟିକା ତଥା ପୂର୍ବତନ ସାଂସଦ ଫୁଲନ୍ ଦେବୀ ହତ୍ୟାକାଣ୍ଡକୁ ୨୧ ବର୍ଷ ପୂରିଯାଇଛି । ତେବେ ଅଶୀ ଦଶକରେ ଫୁଲନଙ୍କୁ ଅପହରଣ କରିଥିବା ଛେଦା ସିଂହକୁ ଉତ୍ତର ପ୍ରଦେଶ ପୁଲିସ ସୋମବାର ଅଉରିଆ ଜିଲ୍ଲା ଅନ୍ତର୍ଗତ ଭାସାଉଁ ଗ୍ରାମରୁ ଗିରଫ କରିଛି । ୬୫ ବର୍ଷୀୟ ଛେଦା ସିଂହ ଅତୀତରେ ଚମ୍ବଲ ଉପତ୍ୟକାର ନାମୀ ଡକାୟତ ଭାବେ ଆତଙ୍କ ସୃଷ୍ଟି କରିଥିଲା । ତେବେ ବୟସର ଅପରାହ୍ନରେ ଉପନୀତ ହେବାପରେ ସେ ନିଜର ନାମ ଓ ଠିକଣା ଜାଲିଆତି କରି ମଧ୍ୟପ୍ରଦେଶର ଚିତ୍ରକୂଟସ୍ଥିତ ଏକ ଆଶ୍ରମରେ ଛଦ୍ମବେଶୀ ବାବା ବେଶରେ ଜୀବନ ଅତିବାହିତ କରୁଥିଲା ।

୨୦୦୧ରୁ ୟୁପି ପୁଲିସ ଛେଦାକୁ ଖୋଜୁଥିବାବେଳେ ତାକୁ ଧରାଇଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ୟୁପି ଆସିଥିବାବେଳେ ତାକୁ ଗିରଫ କରାଯାଇଛିି । ୧୯୮୦ରେ ଡକାୟତ ସର୍ଦ୍ଦାର ଲଲ୍ଲାରାମ ହତ୍ୟାର ପ୍ରତିଶୋଧ ନେବାକୁ ଛେଦା ଓ ତାହାର ସହଯୋଗୀମାନେ ଚମ୍ବଲ ଉପତ୍ୟକା ଆଡ୍ଡାରୁ ଫୁଲନଙ୍କୁ ଅପହରଣ କରିନେଇଥିଲେ । ଫୁଲନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ମିର୍ଜାପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀଭାବେ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ । ତେବେ ୨୦୦୧ ଜୁଲାଇ ୨୫ରେ ଆତତାୟୀମାନେ ତାଙ୍କ ନୂଆଦିଲ୍ଲୀସ୍ଥ ସରକାରୀ ବାସଭବନ ସମ୍ମୁଖରେ ଫୁଲନଙ୍କୁ ଗୁଳିକରି ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking