27.1 C
Bhubaneswar
Friday, August 12, 2022
Homeଓଡିଶାବାହାଘରର ୨ ଦିନ ପୂର୍ବରୁ  ଯୁବତୀଙ୍କ ଆତ୍ମହତ୍ୟା

ବାହାଘରର ୨ ଦିନ ପୂର୍ବରୁ  ଯୁବତୀଙ୍କ ଆତ୍ମହତ୍ୟା

ଯାଜପୁର : ବିବାହ ପାଇଁ ଦିନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିବାହ କରିବାକୁ ଯାଉଥିବା ଯୁବତୀ ବାହାଘରର ୨ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମଜନିତ ଘଟଣାକୁ ନେଇ ଯୁବତୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଳୋଚନା ହେଉଛି । ସୂଚନା ମୁତାବକ ଦଶରଥପୁର ବ୍ଲକ ତଥା ଯାଜପୁର ଟାଉନ ଥାନା ଖଣ୍ଡରା ପଞ୍ଚାୟତ ବିଜିପୁର ନିକଟସ୍ଥ କଇଥେଶ୍ୱର ଦାସ ସାହି ନିର୍ମଳ ଦାସଙ୍କ ଏକମାତ୍ର କନ୍ୟା ଲିଜାରାଣୀ ଦାସ(୨୦)ଙ୍କ ବିବାହ ଚଳିତ ମାସ ୩ ତାରିଖ ହେବାକୁ ସ୍ଥିର ହୋଇଥିଲା । ଏଥି ପାଇଁ ମଣ୍ଡପ ବୁକିଂଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପିତା ନିର୍ମଳ ଶେଷ କରିଥିଲେ । ବନ୍ଧୁବାନ୍ଧବଠାରୁ ଆରମ୍ଭ କରି ସାଙ୍ଗସାଥୀଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା ।

ଜୁନ୍ ମାସ ୩୦ ତାରିଖ ରାତିରେ ଲିଜାରାଣୀ ଖିଆପିଆ ସାରି ପରିବାର ଲୋକଙ୍କ ସହିତ ଶୋଇବାକୁ ଯାଇଥିଲେ । ମାତ୍ର ସକାଳୁ ପରିବାର ଲୋକେ ଉଠି ଲିଜାରାଣୀକୁ ଶୋଇବା ଘର ନିକଟସ୍ଥ ଅନ୍ୟ ଏକ କୋଠରୀ ଭିତରେ ବେକରେ ଦୌଡ଼ି ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପଡୋଶୀଙ୍କ ସହାୟତାରେ ତୁରନ୍ତ ଲିଜାରାଣୀଙ୍କୁ ତଳକୁ ଅଣାଯିବା ସହିତ ଯାଜପୁର ଟାଉନ ଥାନା ପୁଲିସ୍‌କୁ ସୂଚନା ଦିଆଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ୍‌କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking