26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପ୍ରଥମେ ଝଗଡା, ତା ପରେ ହଣାହଣି ହୋଇ ଦୁଇ ଭାଇଙ୍କ ମୃତ୍ୟୁ

ପ୍ରଥମେ ଝଗଡା, ତା ପରେ ହଣାହଣି ହୋଇ ଦୁଇ ଭାଇଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା କାଳିଆ ପାଣି ଥାନାଅନ୍ତର୍ଗତ ମାନକେଡ଼ିଆ ହାଟିଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୁର୍ଘଟଣା । ଗୋଟିଏ ମା ପେଟର ଦୁଇ ଭାଇ ସାମାନ୍ୟ କଳି ଝଗଡା କୁ ନେଇ ପରସ୍ପର କୁ ଟାଙ୍ଗିଆ ଚୋଟରେ ହଣା ହାଣି ହୋଇ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳୁ ଦୁଇ ଭାଇ ନଣ୍ଡା ମାଙ୍କେଡିଆ ଓ ରସି ମାଙ୍କେଡ଼ିଆ କାଠ କାଟିବାକୁ ଯାଇଥିଲେ । ମଜୁରୀ ପଇସାକୁ ନେଇ ଝଗଡା ଆରମ୍ଭ ହୋଇଥିଲା ଏବଂ ଏହା ଶେଷରେ ଦୁଇଜଣଙ୍କର ଜୀବନ ନେଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କାଳିଆପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ନିକଟସ୍ଥ ସୁକିନ୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ । ମାତ୍ର ଟାଙ୍ଗିଆ ଚୋଟର କ୍ଷତ ଏତେ ଭୀଷଣ ଥିଲା, ଯେଉଁଥିରୁ ଦୁଇଜଣ ଙ୍କର ଚିକିସ୍ଛା ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଦୁଇ ଭାଇଙ୍କର ଶବକୁ ସୁକିନ୍ଦା ଗୋଷ୍ଠୀ ସ୍ବସ୍ଥାକେନ୍ଦ୍ର ରୁ ଦାନଗଦି ଗୋଷ୍ଠୀ ସ୍ବସ୍ଥାକେନ୍ଦ୍ର କୁ ବ୍ୟବଛେଦ ପାଈଁ ପଠା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking