29.1 C
Bhubaneswar
Wednesday, April 24, 2024
Homeଅପରାଧକୁଟୁରା ଶିକାର : ୨ ଗିରଫ

କୁଟୁରା ଶିକାର : ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ବାଗଡିହି ବନରେଞ୍ଜ କୁଅଁରମାଲ ଅଞ୍ଚଳର ଚିରଗୁଣିପତ୍ରା ଜଙ୍ଗଲରୁ କୁଟୁରା ଶିକାର ଅଭିଯୋଗରେ ବନବିଭାଗ ୨ଜଣଙ୍କୁ ଗିରଫ କରିଛି । ଶିକାର ପରେ ମୃତ କୁଟୁରାକୁ ଶିକାରୀମାନେ କାନ୍ଧେଇ ନେଉଥିବା ସଂକ୍ରାନ୍ତ ଫଟୋ​‌ ଭାଇରାଲ ହେବା ପରେ ବନବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନା ଅନୁଯାୟୀ, କୁଲେମୁରା ପଞ୍ଚାୟତ ଅନ୍ତର୍ଗତ ଗୌରୀବୁଡ଼ ଗ୍ରାମର ଭମର କିସାନ ଅନ୍ୟ ୩ ଜଣଙ୍କ ସହିତ ଏକ ଦେଶୀ ବନ୍ଧୁକରେ ଚିରଗୁଣିପତ୍ରା ଜଙ୍ଗଲରୁ ଏକ କୁଟୁରାକୁ ଶିକାର କରିଥିଲେ। ଜଣେ ଶିକାରୀ ମୃତ କୁଟୁରାକୁ କାନ୍ଧରେ ବୋହି ନେଉଥିବା ରେଙ୍ଗଲବେଡ଼ା ବନସୁରକ୍ଷା ସମିତିର ଜଣେ ସଦସ୍ୟ ଦେଖି ଶିକାରୀମାନଙ୍କୁ କିଛିଦୂର ଯାଏ ପିଛା କରିବା ସହ ମୋବାଇଲରେ ଫଟୋ ଉଠାଇଥିଲେ । ସେ ଏହି ଫଟୋ ବନବିଭାଗକୁ ପଠାଇବା ପରେ ଡିଏଫଓ ଲଲିତ ପାତ୍ରଙ୍କ ନିର୍ଦେଶରେ ଏସିଏଫ ବାର୍ଷିଲ ବାର୍ଲା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୋ ଘଟଣାସ୍ଥଳରୁ କୁଟୁରାର ଲୋମ ଓ ଶୁଖାରକ୍ତ ସଂଗ୍ରହ କରିବାସହ ରେଞ୍ଜ ଅଧିକାରୀ ବ୍ରଜ ମୋହନ ପଟ୍ଟନାୟକ, ଫରେଷ୍ଟର ଆଲୋକ ନାଏକ, ମୋବାଇଲ ସ୍କ୍ୱାଡ ଫରେଷ୍ଟର ପ୍ରଶାନ୍ତ ବାଗ ପ୍ରମୁଖ ମାମଲାର ତନାଘନା କରିଥିଲେ। ଅଧିକାରୀମାନେ ମୁଖ୍ୟ ଅଭିଯୁକ୍ତ ଭମରଙ୍କ ଘରେ ଚଢଉକରି ମାଂସ ରନ୍ଧା ହେଉଥିବା ଦେଖି ଜବତ କରିଥିଲେ। ତେବେ ଭମର ଫେରାର ହେବାରେ ସକ୍ଷମ ହୋଇଥିଲା। ବନ ଅଧିକାରୀ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking