26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭାରତ ସରକାରଙ୍କ ଆଦେଶ ମାନିବାକୁ ଅନିଚ୍ଛା ପ୍ରକାଶ କଲା ଟ୍ୱିଟର

ଭାରତ ସରକାରଙ୍କ ଆଦେଶ ମାନିବାକୁ ଅନିଚ୍ଛା ପ୍ରକାଶ କଲା ଟ୍ୱିଟର

ନୂଆଦିଲ୍ଲୀ: ଆମେରିକା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର କେନ୍ଦ୍ର ସରକାରଙ୍କ ଆଦେଶକୁ ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛି । ଯେଉଁଥିରେ ସରକାର ପ୍ଲାଟଫର୍ମରୁ ୧୧୭୮ ହ୍ୟାଣ୍ଡେଲସ ହଟାଇବା ପାଇଁ କହିଥିଲେ । ସରକାର କହିଥିଲେ, ଏହି ହ୍ୟାଣ୍ଡେଲ୍ସ ପାକିସ୍ତାନ ସମର୍ଥିତ, ଖାଲିସ୍ତାନ ସମର୍ଥକ ଓ ବିଦେଶରୁ ଅପରେଟ କରାଯାଉଥିଲା । କୃଷକ ଆନ୍ଦୋଳନ ନେଇ ଭ୍ରମାତ୍ମକ ଓ ଅପପ୍ରଚାର ବିସ୍ତାର କରାଯାଉଥିଲା । ବୁଧବାର, ଟ୍ୱିଟର ସରକାରଙ୍କୁ କହିଛି ଯେ, ତାଙ୍କ ଆଦେଶ, ଭାରତୀୟ ଆଇନର ଅନୁରୂପ ନୁହେଁ ଏବଂ ସେ କିଛି ଆକାଉଣ୍ଟସକୁ ସଂପୂର୍ଣ୍ଣ ଭାବରେ ହଟାଇବା ପରିବର୍ତ୍ତେ ଭାରତରେ ଏହାର ଆକ୍ସେସ ଶେଷ କରିପାରେ । ଟ୍ୱିଟର ଏକ ବ୍ଲଗ ଲେଖିଛି, ଯେଉଁଥିରେ ସରକାରଙ୍କୁ ବି ସମ୍ବୋନ୍ଧିତ କରାଯାଇଛି । ସେହି ବ୍ଲଗରେ ଟ୍ୱିଟର କହିଛି ଯେ, ସେ ଏହି ସଂପର୍କରେ କଣ କଣ କରିଛି । ହେଲେ ପ୍ଲାଟଫର୍ମ ଫ୍ରି ସ୍ପିଚ ଓ ଓପନ ଇଂଟରନେଟ ନେଇ ଆହୁରି ମଧ୍ୟ କହିଛି ଯେ, ସାରା ବିଶ୍ୱର ଅନେକ ସ୍ଥାନରେ ଏହା ଉପରେ ବିପଦ ଘନେଇବାରେ ଲାଗିଛି ।
ଟ୍ୱିଟର ନିଜ ବ୍ଲଗ ପୋଷ୍ଟରେ କହିଛି, ବ୍ଲକ କରିବା ପାଇଁ ଚିହ୍ନଟ ହୋଇଥିବା ଆକାଉଣ୍ଟ କୁ  ଭାରତରେ ନିଜ କଣ୍ଟ୍ରି ୱିଦହେଲ୍ଡ କଣ୍ଟେଣ୍ଟ ପଲିସି ଅନୁସାରେ, ଭାରତରେ ହଟାଇ ଦିଆଯାଇଛି । ହେଲେ ଏହି ଆକାଉଣ୍ଟଭାରତ ବାହାରେ ରହିବ । ସେଥିରେ ଆହୁରି ମଧ୍ୟ ଲେଖାହୋଇଛି ଯେ, ଯେଉଁ ଆକ୍ସନ ନେବା ପାଇଁ ଆମକୁ ନିର୍ଦ୍ଦେଶ ରହିଛି, ତାହା ଭାରତୀୟ ଆଇନର ଅନୁରୂପ । ଫ୍ରି ସ୍ପିଚ ଓ ଫ୍ରିଡମ୍ ଅଫ ଏକ୍ସପ୍ରେସନକୁ ସୁରକ୍ଷା ଦେବା ପାଇଁ ଆମ ପ୍ରତିବଦ୍ଧତା ପାଳନ କରିବା ସ୍ୱରୂପ ଆମେ କୌଣସି ପ୍ରକାର ମିଡିଆ ସଂସ୍ଥା, ସାମ୍ବାଦିକ, ଆକ୍ଟିଭିଷ୍ଟସ ଓ ନେତାଙ୍କ ଆକାଉଣ୍ଟ ବିରୋଧରେ ଆକ୍ସନ ନେଇନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking