26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଟକିଲା ଟ୍ଵିଟର ଡିଲ, ଏଲନ ମସ୍କ ଡିଲକୁ ନେଇ କଲେ ବଡ଼ ଘୋଷଣା

ଅଟକିଲା ଟ୍ଵିଟର ଡିଲ, ଏଲନ ମସ୍କ ଡିଲକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ : ଏଲନ ମସ୍କ ଟ୍ଵିଟର ଡିଲକୁ ଏବେ ବନ୍ଦ ରଖିଛନ୍ତି । ଯଦିଓ ଡିଲକୁ ସବୁ ଦିନ ପାଇଁ ବନ୍ଦକରି ନାହାଁନ୍ତି ତେବେ ଏହାକୁ ସାମୟିକ ଭାବେ ବନ୍ଦ ରଖିଛନ୍ତି ବୋଲି ସେ ଘୋଷଣା କରିଛନ୍ତି । ତେବେ ଡିଲକୁ ବନ୍ଦ କରିବାର କାରଣ ସ୍ପାମ ବୋଲି କହିଛନ୍ତି । ଗତ ମାସ ଆରମ୍ଭରେ ମସ୍କ ଟ୍ଵିଟରକୁ କିଣିବା ପାଇଁ ୪୪ ଆରବ ଡଲାରରେ ଡିଲ କରିଥିଲେ । ମସ୍କ ଟ୍ଵିଟ କରି କହିଛନ୍ତି ଯେ ଟ୍ଵିଟର ଡିଲକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । କାରଣ ଟ୍ଵିଟରରେ ୫% ଫେକ୍‌ ଆକାଉଣ୍ଟ ରହିଛି । ଟ୍ଵିଟରର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୨.୯ କୋଟି ୟୁଜର୍ସ ରହିଛନ୍ତି ।

ମସ୍କ ଗତ ସପ୍ତାହରେ ଏହି ଡିଲ ପାଇଁ ୭ ଆରବ ଡଲାର ଅଗ୍ରୀମ ମଧ୍ୟ ଦେଇଛନ୍ତି । ଏହି ଡିଲ ପାଇଁ ୪୪ ଆରବ ଡଲାର ଫିକ୍ସ ହୋଇଛି। ଏଲନ ଡିଲ ପୂର୍ବରୁ ହିଁ ଫେକ୍‌ ଆକାଉଣ୍ଟ ସବୁ କାଢ଼ିଦେବା ପାଇଁ କହିଥିଲେ । ଡିଲ ହେବା ପୂର୍ବରୁ ଫେକ୍‌ ଆକାଉଣ୍ଟ କାଢ଼ିବା ନେଇ କଥା ହୋଇଥିବାରୁ ଡିଲ ବିଳମ୍ବ ହେବାର କାରଣ ଏହା କୁହାଯାଉଛି । ହେଲେ ବାସ୍ତବରେ ଟ୍ଵିଟରର ଶେୟାର ରେ ହ୍ରାସ ପାଇଥିବାରୁ ମସ୍କ ଡିଲକୁ ନେଇ ବିଳମ୍ବ କରୁଥିବା କୁହାଯାଉଛି । ତେବେ ଯଦି ମସ୍କ ଏହି ଡିଲରୁ ଓହରି ଯାଆନ୍ତି ଟ୍ଵିଟର ମୂଲ୍ୟ କମିଯାଇପାରେ । ହେଲେ ମସ୍କଙ୍କୁ ଏଥିପାଇଁ ଏମ ଭଲ ଅର୍ଥ (୭ ଆରବ ଡଲାର) କ୍ଷତି ସହିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking