33.1 C
Bhubaneswar
Thursday, April 25, 2024
Homeଓଡିଶାଫିଟନେସ ନଥିଲେ ଅବସର

ଫିଟନେସ ନଥିଲେ ଅବସର

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ ଦେଇଛନ୍ତି କମିଶନର । କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ସୁଧାଂଷୁ ଷଡଙ୍ଗୀ । ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ ଲିଖିତ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହବା କଥା କୁହାଯିବ । ୧୯ରୁ ୨୫ ଯାଏଁ ବିଏମଆଇ ସ୍ୱାଭାବିକ, ୩୦ ହେଲେ ମେଦବହୁଳତା । ଓଜନ, ବିଏମଆଇ ପ୍ରଦାନ କାର୍ଯ୍ୟ ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ ହେବ । ୩ ମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ତାହା ପରଖାଯିବ । ଯାହାର ବିଏମଆଇ ୩୦ ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ । ବାଧ୍ୟତାମୂଳକ ବ୍ୟାୟାମ ସହ ୨ ସପ୍ତାହ ରିଫ୍ରେସର କୋର୍ସ କରିବେ । ଯେଉଁମାନେ ଆଦେଶକୁ ଗୁରୁତ୍ୱ ଦେବେନି, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ କହିଛନ୍ତି । ସେମାନଙ୍କ ଇନକ୍ରିମେଣ୍ଟ ମଧ୍ୟ ବନ୍ଦ କରାଯାଇପାରେ ବୋଲି କମିଶନର କହିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ବି ଦିଆଯାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking