34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୨ ବର୍ଷ ପରେ ପରିବାରକୁ ମିଳିଲା ନିଖୋଜ ଝିଅ

୧୨ ବର୍ଷ ପରେ ପରିବାରକୁ ମିଳିଲା ନିଖୋଜ ଝିଅ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋଦମଗୁଡା ଗ୍ରାମର ରଘୁନାଥ ଭୂମିଆ ଙ୍କ ଝିଅ ତୁଳସୀ ଭୂମିଆ ୧୨ ବର୍ଷ ତଳେ ପରିବାର ଲୋକଙ୍କ ଅଜାଣତରେ ବୁଲିବାକୁ ଯାଇ ଆଉ ଘରେ ଫେରିନଥିଲେ, ତାହା ପରେ ପରିବାର ପକ୍ଷରୁ ବହୁତ ଖୋଜାଖୋଜି କରାଯାଇଥିଲା ହେଲେ ପରେ ନିରାଶ ହୋଇ ଯାଇଥିଲେ । ଏହିପରି ୧୨ ବର୍ଷ ବିତିଯିବା ପରେ ଦିନେ ତୁଳସୀ ଗୋଟିଏ ମୋବାଇଲ ରେ ଏକ ୟୁଟ୍ୟୁବ ଭିଡ଼ିଓ ଦେଖିବା ସମୟରେ ନିଜ ଅଞ୍ଚଳର ନାଟକ ଦେଖି ସେଥିରୁ ଫୋନ ନମ୍ବର ନେଇ ନିଜ ପରିଚୟ ପ୍ରଦାନ କରିଥିଲେ ଓ ପରିବାର ଲୋକ ଙ୍କ ସହ କଥା କରେଇଦେବା ପାଇଁ ଅନୁରୋଧ କରିଥିଲେ, ତୁଳସୀ ପରିବାର ଲୋକ ଙ୍କ ସହ କଥା ହୋଇ କହିଲେ ଯେ ସେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଲାଲ ଭବାନୀ ନାମକ ହୋଟେଲ ମାଲିକଙ୍କ ଘରେ ରୋଷେଇ କାମ କରୁଛନ୍ତି । ଖବର ପାଇ ତୁଳସୀ ଙ୍କ ବାପା ନିଜ ଝିଅ କୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଓ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀଷ ଅଗ୍ରବାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ଓ ତୁଳସୀ ଙ୍କ ଭାଇ ଚକ୍ର ଭୂମିଆ ଦିଲ୍ଲୀ ଯାଇ ସେଠାରୁ ଭଉଣୀ କୁ ଉଦ୍ଧାର କରି ଘରେ ଫେରାଇ ଆଣିଛନ୍ତି । ଦୀର୍ଘ ୧୨ ବର୍ଷ ପରେ ଝିଅ ଟି କୁ ଫେରି ପାଇଁ ପରିବାର ଲୋକେ ବହୁତ ଖୁସି ହୋଇଛନ୍ତି, ଜିଲ୍ଲା ପ୍ରଶାସନ ତରଫରୁ ଏହିପରି କାର୍ଯ୍ୟକ୍ରମ କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ବହୁ ପ୍ରସଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking