19.1 C
Bhubaneswar
Tuesday, January 25, 2022
Homeଅପରାଧନାବାଳିକା ଛାତ୍ରୀଙ୍କ ଗୁପ୍ତାଙ୍ଗରେ ଏଭଳି କାମ କଲେ ଶିକ୍ଷୟିତ୍ରୀ

ନାବାଳିକା ଛାତ୍ରୀଙ୍କ ଗୁପ୍ତାଙ୍ଗରେ ଏଭଳି କାମ କଲେ ଶିକ୍ଷୟିତ୍ରୀ

ଭୋପାଳ: ଦିନକୁ ଦିନ ଦୁଷ୍କର୍ମ ,ଦୁର୍ବବ୍ୟବହାର ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । କେବେ ଶିକ୍ଷକ ଦୁଷ୍କର୍ମ କରୁଛି ତ କେବେ ଦୁର୍ବବ୍ୟବହାର । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ଭୋପାଳରେ ଦେଖିବାକୁ ମିଳିଛି । ଘରୋଇ ଟ୍ୟୁସନ କରୁଥିବା ଜନୈକା ୧୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ତାଙ୍କର ଦୁଇ ନାବାଳିକା ଛାତ୍ରୀଙ୍କ ସହ କରିଥିବା କଳା କାରନାମାକୁ ନେଇ ଏବେ ସମଗ୍ର ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ଅଭାବନୀୟ ଘଟଣା ଘଟଛି ମଧ୍ୟପ୍ରଦେଶର ମାହୋ ଅଞ୍ଚଳରେ ।
ସୂଚନା ଅନୁସାରେ,ମାହୋ ଅଞ୍ଚଳରେ ରହୁଥିବା ୧୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ କରୁଥିଲେ । ଏହି ଦୁଇ ନାବାଳିକା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୬ ବର୍ଷ ବୋଲି ଜଣାପଡିଛି । ଗତ ବୁଧବାର ଦିନ ସନ୍ଧ୍ୟାରେ ଟ୍ୟୁସନ ପଢ଼ିବାକୁ ଆସିଥିବା ବେଳେ ଶିକ୍ଷୟିତ୍ରୀ ଜଣକ ଛାତ୍ରୀ ଦୁଇ ଜଣଙ୍କୁ ଉଲ୍ଲଗ୍ନ କରିବା ସହ ସେମାନଙ୍କ ଗୁପ୍ତାଙ୍ଗରେ ପେନସିଲ୍ ଭର୍ତ୍ତି କରିଥିଲେ ଏବଂ ଘଟଣାର ଭିଡିଓ କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ । ତେବେ ଶିକ୍ଷୟିତ୍ରୀଙ୍କର ଏପରି ଅଭାବନୀୟ କାର‌୍ୟ୍ୟରେ ଛାତ୍ରୀ ଯେତେବେଳେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଆରମ୍ଭ କରିଥିଲେ ସେତେବେଳେ ସେ ଏପରି କାର‌୍ୟ୍ୟ ବନ୍ଦକରି ସେମାନଙ୍କୁ ପାଠ ପଢ଼ାଇବାକୁ ଲାଗିଥିଲେ ।
ଛାତ୍ରୀଦ୍ୱୟ ରାତିରେ ଘରକୁ ଫେରିବା ପରେ ସେମାନଙ୍କ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେଉଥିବା ନେଇ ନିଜ ନିଜ ମା’ମାନଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଛାତ୍ରୀମାନଙ୍କ ମା’ମାନେ ଘଟଣା ସଂପର୍କରେ ଖୋଳତାଡ଼ କରିବା ସହ ଛାତ୍ରୀ ଦୁଇଜଣଙ୍କୁ ପଚାରି ପଚାରି ସବୁ କଥା ଆଦାୟ କରିଥିଲେ । ଶିକ୍ଷୟିତ୍ରୀ ଜଣକ ଛାତ୍ରୀମାନଙ୍କୁ ଦେଇଥିବା ଯୌନ ନିର‌୍ୟାତନାର ପର୍ଦ୍ଦାଫାଶ ହୋଇଯିବା ପରେ ଉଭୟ ଛାତ୍ରୀଙ୍କ ବାପା ମା ସଙ୍ଗେସଙ୍ଗେ ମାହୋ ପୁଲିସ୍ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତା ଶିକ୍ଷୟିତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking