34.1 C
Bhubaneswar
Friday, March 29, 2024
Homeଅପରାଧତୁତିକୋରିନ ପୋଲିସ ହେପାଜତରେ ମୃତ୍ୟୁ ଘଟଣା : ୪ ପୋଲିସ୍ କର୍ମଚାରୀ ଗିରଫ

ତୁତିକୋରିନ ପୋଲିସ ହେପାଜତରେ ମୃତ୍ୟୁ ଘଟଣା : ୪ ପୋଲିସ୍ କର୍ମଚାରୀ ଗିରଫ

ନୂଆଦିଲ୍ଲୀ : ପୋଲିସ୍ ହେପାଜତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ଏନେଇ ତାମିଲନାନୁ ପୋଲିସ୍ ଦ୍ୱାରା ୪ ପୋଲିସ୍ ଙ୍କୁ ଗିରଫ କରାଯାଇଛି । ବାପା ପୁଅଙ୍କୁ ଗତ ମାସରେ ଲକ୍‌ଡ଼ାଉନ ନିୟମ ନ ମାନବାରୁ ତୁତିକୋରିନ ପୋଲିସ୍ ଦ୍ୱାରା ଗିରଫ କରାଯାଇଥିଲା ।
ମାଡ଼୍ରାସ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ , ସ୍ୱତନ୍ତ୍ର ଇନଭେଷ୍ଟିଙ୍ଗ ଏଜେନ୍ସି ସିବି ସିଆଇଡ଼ି ଦ୍ୱାରା ସବ୍‌-ଇନସପେକ୍ଟର ରଘୁ ଗଣେଷ , ବାଳକ୍ରିଷ୍ଣନ ଏବଂ ସନ୍ଥକୂଳମ ପୋଲିସ୍ ଷ୍ଟେସନର ଅନ୍ୟ ଦୁଇ ଜଣ କର୍ମଚାରୀଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି ।

ସୂଚନାଅନୁଯାୟୀ , ଗତ ମାସରେ ଲକ୍ ଡ଼ାଉନ ନିୟମ ଭାଙ୍ଗି ଦୋକାନ ଖୋଲିବା ଦୋଷରେ ବାପା ପୁଅ ଦୁଇ ଜଣଙ୍କୁ ତୁତିକୋରିନ ପୋଲିସ୍ ଦ୍ୱାରା ଗିରଫ କରାଯାଇଥିଲା । ପରେ ପୋଲିସ୍ ହେପାଜତରେ ତାଙ୍କ ଉପରେ ଅତ୍ୟାଚାର କରାଯାଇଥିଲା । ଅତ୍ୟଧିକ ଶାରୀରିକ ଶୋଷଣ ହେବା ଦ୍ୱାରା ପୋଲିସ୍ ହେପାଜତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଦେଖଣାହାରୀ ଓ ସିସିଟିଭ କ୍ୟାମେରାରୁ ମିଳିଥିବା ପ୍ରମାଣକୁ ଲକ୍ଷ୍ୟ କରି ୪ ପୋଲିସ୍ ଅଫିସରଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking