34.1 C
Bhubaneswar
Friday, March 29, 2024
Homeଅପରାଧନିଜ ଛାତ୍ରୀଙ୍କ ସହ ଏମିତି ଲଜ୍ୟାଜନକ  କାମ  କରୁଥିଲେ ଟ୍ୟୁସନ ଟିଚର

ନିଜ ଛାତ୍ରୀଙ୍କ ସହ ଏମିତି ଲଜ୍ୟାଜନକ  କାମ  କରୁଥିଲେ ଟ୍ୟୁସନ ଟିଚର

ଜିନ୍ଦ: ହରିୟାଣାର ଜିନ୍ଦରେ ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ଜବରଦସ୍ତ ପର୍ଣ୍ଣ ଭିଡିଓ ଦେଖାଉଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘୃଣ୍ୟ କାମ ପରେ  ଶିକ୍ଷକ ଧମକ ଦେଇଥିଲେ ଯେ, ଯଦି ସେ କାହାକୁ ଏବିଷୟରେ କୁହନ୍ତି, ତେବେ ତାଙ୍କ ପିତାଙ୍କୁ ଜୀବନରୁ ମାରିଦେବେ । ମହିଳା ଥାନା ପୋଲିସ ଛାତ୍ରୀଙ୍କ ଅଭିଯୋଗ ପରେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । କିନ୍ତୁ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନି ।

ଜିନ୍ଦରେ ମହିଳା ଥାନାରେ ହୋଇଥିବା ଅଭିଯୋଗରେ ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଶିବ କଲୋନୀ ବାସିନ୍ଦା ଅଙ୍କୁର ଘରକୁ ଟ୍ୟୁସନ ପଢ଼ିବାକୁ ଯାଆନ୍ତି । ଘରେ ଟ୍ୟୁସନ ପଢ଼ାଉଥିବା ସମୟରେ ଅଙ୍କୁଶ ଜବରଦସ୍ତ ପର୍ଣ୍ଣ ଭିଡିଓ ଦେଖାଇଥିଲା । ଏହା ପରେ ଅଙ୍କୁର ଏଭଳି ଘୃଣ୍ୟ କାମ ବିଷୟରେ ଛାତ୍ରୀଜଣକ ପରିବାର ଲୋକଙ୍କୁ କହିଥିଲେ ।ଏହା ପରେ ଛାତ୍ରୀଜଣକ ସେଠାକୁ ପଢ଼ିବାକୁ ଯିବା ବନ୍ଦ କରିଦେଲେ ତ ଅଭିଯୁକ୍ତ ତାଙ୍କର ପିଛା କରିଥିଲା ।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଅଙ୍କୁର ତାଙ୍କ ପିତାଙ୍କ ଗାଡ଼ି ଆଗରେ ବାଇକ ଲଗାଇ ହତ୍ୟା କରିବାର ଧମକ ଦେଉଥିଲା । ମହିଳା ଥାନା ପୋଲିସ ପୀଡିତାଙ୍କ ଅଭିଯୋଗ ଅନୁସାରେ ଅଙ୍କୁରଙ୍କ ଉପରେ ଧାରା ୩୫୪ଡି, ୩୫୪(ଏ)(୧)(୩), ୫୦୬, ୩୪ ଅଧିନରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏବେ ଏହାର ତଦନ୍ତ କରୁଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking