38.1 C
Bhubaneswar
Saturday, April 20, 2024
Homeଅପରାଧମହିଳାଙ୍କୁ ବଳି ଉଦ୍ୟମ ଅଭିଯୋଗ

ମହିଳାଙ୍କୁ ବଳି ଉଦ୍ୟମ ଅଭିଯୋଗ

ଖଇରା : ଦିନକୁ ଦିନ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଖଇରା ଅଞ୍ଚଳରେ ଦେଖାଯାଇଛି । ସମସ୍ତେ ଜାଣନ୍ତି କି ଠାକୁରଙ୍କ ପାଖରେ ପଶୁ ବଳି ଦିଆଯାଏ । ହେଲେ ଏଠି ମଣିଷ ବଳି ମାନେ ଜଣେ ମହିଳାଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ଦେଡଶୂର ଦିଅର ଓ ନଣନ୍ଦଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁସାରେ, ଖଇରା ଥାନା ଅର୍ଜୁନପୁର ଗାଁର ପ୍ରତାପ ଜେନାଙ୍କ ସ୍ତ୍ରୀ ଚିନ୍ମୟୀ ଓ ପୁଅ ଗତକାଲି ରାତିରେ ଘରେ ଥିବାବେଳେ ତାଙ୍କ ଦିଅର ଓ ଝିଆରୀ କାଳିସି ଲାଗିଥିବାର ବାହାନା କରିଥିଲେ । ଚିନ୍ମୟୀଙ୍କୁ ନିସ୍ତୁକ ମାଡ଼ ମାରି ଭିଡ଼ି ଭିଡ଼ି ସ୍ଥାନୀୟ ଦୁର୍ଗା ମନ୍ଦିରକୁ ବଳି ପକାଇବାକୁ ନେଇଥିଲେ ବୋଲି ଚିନ୍ମୟୀ ଅଭିଯୋଗ କରିଛନ୍ତି । ଚିନ୍ମୟୀଙ୍କ ପୁଅ ଗ୍ରାମବାସୀଙ୍କୁ ଡାକିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଚିନ୍ମୟୀଙ୍କୁ ଉଦ୍ଧାର କରି ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖଇରା ପୁଲିସ ଚିନ୍ମୟୀଙ୍କ ଦେଡ଼ଶୂର ପ୍ରଦୀପ କୁମାର ଜେନା, ଦିଅର ପ୍ରଶାନ୍ତ କୁମାର ଜେନା ଓ ନଣନ୍ଦ ପ୍ରୀତିରେଖା ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
https://onakhabar.com/2020/03/12/mischief-with-cows/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking